ନିଯୁକ୍ତି ଦାବିରେ ରାଜ୍ୟବ୍ୟାପି ଆନ୍ଦୋଳନକୁ ଜୋରଦାର କରିବା ନେଇ ଆୟୁଷ ଡାକ୍ତର ସଂଘର ଚେତାବନୀ

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୨୧ ବର୍ଷ ହେଲା ଆୟୁଷ ଡାକ୍ତରଙ୍କ ପାଇଁ ନୂଆ ପଦବି ସୃଷ୍ଟି କରାଯାଉ ନାହିଁ କି ଆୟୁଷ ଡାକ୍ତରମାନଙ୍କୁ ସରକାରୀ ନିଯୁକ୍ତି ଦିଆଯାଉ ନାହିଁ। ଏହା ପ୍ରତିବାଦରେ ଅଲ୍ ଓଡିଶା ଆୟୁଷ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱର ଲୋୟରପିଏମଜିରେ ପ୍ରତିବାଦ କରାଯାଇଛି। ଆୟୁଷ ଡାକ୍ତର ଛାତ୍ର ଛାତ୍ରୀମାନେ ଭୁବନେଶ୍ୱର ରାମ ମନ୍ଦିର ଠାରୁ ପଦଯାତ୍ରାରେ ବାହାରି ଲୋୟରପିଏମଜିରେ ପହଞ୍ଚିଛନ୍ତି।

ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆୟୁଷ ଡାକ୍ତରଙ୍କୁ ସରକାରୀ ନିଯୁକ୍ତି ସମ୍ପର୍କରେ ବହୁବାର ଲିଖିତ ଭାବେ ଅବଗତ କରାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ବି ହୋଇଛି କିନ୍ତୁ କୌଣସି ସୁଫଳ ମିଳିନାହିଁ। ତେଣୁ ସରକାର ଦୃଷ୍ଟି ଆକର୍ଷଣ କରିବାକୁ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରାଯାଉଥିବା ଡାକ୍ତର ଛାତ୍ରଛାତ୍ରୀମାନେ କହିଛନ୍ତି।

। ହୋମିଓପାଥି ଚିକିତ୍ସାକୁ ସରକାର ଅବହେଳା କରୁଥିବାରୁ ଡାକ୍ତର ଛାତ୍ରଛାତ୍ରୀମାନେ ଏପରି ପ୍ରତିବାଦ କରିଛନ୍ତି। ରାଜ୍ୟରେ ଅଧିକ ଡିସ୍ପେନସରି ଖୋଲି ଆୟୁଷ ଡାକ୍ତରଙ୍କ ପାଇଁ ପଦବି ସୃଷ୍ଟି କରି ସରକାର ତୁରନ୍ତ ନିଯୁକ୍ତି ଦେବାକୁ ଦାବି ହୋଇଛି। ଯଦି ଆଗାମୀ ଦିନରେ ସରକାର ଦାବି ପୂରଣ ପ୍ରତି ଧ୍ୟାନ ନ ଦେଲେ ଅଲ୍ ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ଆମରଣ ଅନଶନ ସହ ରାଜ୍ୟବ୍ୟାପି ଆନ୍ଦୋଳନକୁ ଜୋରଦାର କରିବା ନେଇ ସଂଘ ସରକାରଙ୍କୁ ଚେତାବନୀ ଦେଇଛି।

Spread the love