ଟ୍ରମ୍ପଙ୍କ ସହ ନଜର ଆସିଲେ ଧୋନୀ

ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ଫଟୋ ସାମ୍ନାକୁ ଆସିଛି । ଯାହାକି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଧୋନୀ ଆଉ ଟ୍ରମ୍ପ ଉଭୟ ନ୍ୟାସନାଲ ଗଲ୍ଫ କ୍ଲବରେ ଏକାଠି ଗଲ୍ଫ ଖେଳୁଥିବା ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ସିଂହ ଧୋନୀ ନିକଟରେ ତାଙ୍କ ଆଣ୍ଠୁର ସର୍ଜରୀ କରିଛନ୍ତି । ଆଇପିଏଲ୍ ଖେଳିବା ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ଯାହା ପରେ ସେ ମୁମ୍ବାଇରେ ଏହି ସର୍ଜରୀ କରିଥିଲେ । ତେବେ ଗଲ୍ଫ ପଡିଆରେ ଧୋନୀ ଖେଳୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ଏବେ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବେଶ ଉତ୍ସାହିତ ହୋଇପଡିଛନ୍ତି ।

Spread the love