ଇ-ଗେଜେଟ ପୋର୍ଟାଲର ଶୁଭାରମ୍ଭ

5 ଟି ସୂତ୍ରର ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓଡିଶା ସରକାରୀ ମୁଦ୍ରଣାଳୟର ଇ-ଗେଜେଟ ପୋର୍ଟାଲର ଶୁଭରମ୍ଭ କରିଛନ୍ତି । ନୂଆବର୍ଷ ଅବସରରେ ରାଜ୍ୟ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋର୍ଟାଲ ଉନ୍ମୋଚନ ସଭାରେ ମୁଖ୍ୟ ଶାସନ ସଚିବ ତ୍ରୀପାଠୀ ଇ-ଗେଜେଟ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେ କହିଥିଲେ ଇ-ଗେଜେଟ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲଖୁଣ୍ଟ । ଏହା ଦ୍ୱାରା ଗେଜେଟ ବିଜ୍ଞପ୍ତି ତ୍ୱରିତ ଓ ତ୍ରୁଟିମୁକ୍ତ ହେବ । ଏହା ଦ୍ୱାରା ଟ୍ରକ ଟ୍ରକ କାଗଜର ପରିବହନର ଆବଶ୍ୟକ ପଡିବ ନାହିଁ ଓ ମୁଦ୍ରଣ ଖର୍ଚ୍ଚ ମଧ୍ୟ କମ ହେବ ।

Spread the love