ମସାଜ ପାର୍ଲର ଏବଂ ହୋଟେଲ ନାମରେ ବିଦେଶୀ ଯୁବତୀଙ୍କୁ ଦେହ ବ୍ୟବସାୟ କାମରେ ଲଗାଇଥିଲେ ଦଲାଲ୍‌

ଗୋଆ: ଗୋଆ ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା। ପୁଲିସ୍‌ ଗୋଆରୁ ଏକ ଆନ୍ତର୍ଜାତୀୟ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି। ଏକ ସ୍ୱେଚ୍ଛାସେବୀ ସଂଗଠନର ସୂଚନା ଆଧାରରେ ପୁଲସ୍‌ ଚଢ଼ାଉ କରି ରାକେଟ୍‌ରୁ କେନିଆ ଏବଂ ଇସ୍ରାଏଲର ଅନେକ ଯୁବତୀଙ୍କୁ ଉଦ୍ଧାର କରିଥିବା ସୂଚନା ରହିଛି। ମିଳିଥିବା ଖବରରୁ ଜାଣିବାକୁ ମିଳିଛି ଯେ ସେଠାରେ ଥିବା ଯୁବତୀମାନଙ୍କୁ ମସାଜ ପାର୍ଲର ଏବଂ ହୋଟେଲରେ କାମ କରିବାକୁ କହି ଅଣା ଯାଇଥିଲା। ପରେ ସେମାନଙ୍କ ପାସପୋର୍ଟ ନିଆଯାଉଥିଲା ଓ ପରେ ଯୌନକର୍ମୀ ଭାବେ ବ୍ୟବହାର କରାଯାଉଥିଲା। ଏ ସଂପର୍କରେ ଆହୁରି ଅଧିକ ତଥ୍ୟ ପାଇଁ ପୁଲିସ୍‌ ଏବେ ଉଦ୍ଧାର ହୋଇଥିବା ସେ ଯୁବତୀମାନଙ୍କୁ ପଚରାଉଚରା ଜାରି ରଖିଛି। ଆଗକୁ ଏହି ରାକେଟ୍‌ର କିଙ୍ଗପୁନକୁ ‌ପୁଲିସ୍‌ ଖୋଜି ପାଇବ ବୋଲି ଆଶା କରାଯାଉଛି।

ଉତ୍ତର ଗୋଆର ଏସପି ନିଧିନ ୱଲସନ୍ କହିଛନ୍ତି ଯେ, ‘‘କେନିଆର ଦୁଇଜଣ ମହିଳା ଗୋଆର କିଛି ଏଜେଣ୍ଟଙ୍କ ସହାୟତାରେ ସେଠାରୁ ଯୁବତୀମାନଙ୍କୁ ଦେହ ବ୍ୟବସାୟ କାମରେ ଲଗାଇବାକୁ ଭାରତ ଆଣିଥିଲେ। ସେମାନଙ୍କୁ ଭାରତରେ ଯାଇ ମସାଜ ପାର୍ଲର ଏବଂ ହୋଟେଲରେ କାମ କରିବାକୁ କହିଥିଲେ। ପରେ ସେମାନଙ୍କ ପାସପୋର୍ଟ ଏବଂ ଭିସା ଜବତ କରି ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲେ।’’

ବେଙ୍ଗାଲୁରୁରୁ ଆସିଥିବା କିଛି ପୀଡିତାଙ୍କ ବିଷୟରେ ଏକ ସ୍ବେଚ୍ଛାସେବୀ ସଂଗଠନରୁ ସୂଚନା ମିଳିବା ପରେ ଏହି ରାକେଟ୍‌ ବିଷୟରେ ଜାଣିବାକୁ ମିଳିଛି। ପୁଲିସ୍‌ ଖବର ପାଇ ତୁରନ୍ତ ଚଢ଼ାଉ କରିବା ପରେ ଯୁବତୀମାନଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଯୋନକର୍ମୀଙ୍କୁ ଏବେ ସୁରକ୍ଷିତ ସ୍ଥାନରେ ରଖାଯାଇଛି।

Spread the love