ନାରୀ ନିର୍ଯ୍ୟାତନା ରୋକିବେ ‘ସ୍ପେଶାଲ ପୋଲିସ ଅଫିସର

ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ରୋକିବେ ‘ସ୍ପେଶାଲ ପୋଲିସ ଅଫିସର’ ବା (ଏସପିଓ) ଟିମ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତକ ଗିରଫ କରିବେ ଏସପିଓ ।  ସାଧାରଣ ମହିଳାଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଗଠନ କରାଯାଇଛି ଏସପିଓ ଟିମ । ଏହି ଟିମରେ 250 ରୁ ଅଧିକ ମହିଳା ଯୋଗ ଦେଇଛନ୍ତି । ଜଣେ ପୋଲିସ କର୍ମଚାରୀଙ୍କ ଭଳି କ୍ଷମତା ରହିବ ଏସପିଓ ଟିମ ପାଖରେ । ଆବଶ୍ୟକ ପଡ଼ିଲେ ଏସପିଓମାନେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିପାରିବେ ।

କଟକ ଓ ଭୁବନେଶ୍ୱରର 56ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି । ବିଭିନ୍ନ ଆଇଟି, କଲ ସେଣ୍ଟର ଓ କଲେଜର ଯୁବତୀ ଏଥିରେ ରହିଛନ୍ତି । କାହାକୁ ସୁରକ୍ଷା ଦରକାର, କେଉଁଠି ନାରୀ ଉପରେ ଅତ୍ୟାଚାର ହେଉଛି । ଏସପିଓମାନଙ୍କୁ ପଚିଚୟ ପତ୍ର ଓ ଟି ସାର୍ଟ ପ୍ରଦାନ କରାଯାଇଛି । ମିହିଳା ଶସକ୍ତିକରଣ ଏହାର ମୁଖ୍ୟ ଲକ୍ଷ୍ୟ ରହିଛି । ଶିକ୍ଷିବେ ।  ଆଜି ପୋଲିସ କମିଶନରେଟ ପ୍ରତିଷ୍ଠା ଦିବସ । ଏହି ଅବସରେ ଏସପିଓମାନଙ୍କୁ ନେଇ ଟିମ ଗଠନ କରି ପ୍ରଥମେ ୩ମାସ ପାଇଁ ନିଯୁକ୍ତି ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକାଳ ବଢିବ ।

Spread the love