ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା ପରେ ପୋଲ ତଳକୁ ଫିଙ୍ଗିଦେଲେ ଦୁର୍ବୃତ୍ତ

ଶେରଗଡରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା ପରେ ପୋଲ ତଳକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ଶେରଗଡ ବ୍ଲକର ବାର୍ଷିଙ୍ଗି ନିକଟସ୍ଥ ନନ୍ଦିନୀ ସେତୁ ଠାରେ ସଂଘବଦ୍ଧ ଆକ୍ରମଣରେ କୁମାର ପାଣି ଗ୍ରାମର ୪୦ ବର୍ଷିୟ ଯୁବକ ମଧୂସୁଦନ ବିଷୋୟୀଙ୍କ ମୃତ୍ୟୁ ଘଟିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି ।

ସଂଘବଦ୍ଧ ଭାବେ ମାରଣାସ୍ତ୍ର ଦ୍ଵାରା ମଧୂସୁଦନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ମୁର୍ମୂଷୁ ଅବସ୍ଥାରେ ଛଟପଟ ହେଉଥିବା ମଧୁଙ୍କୁ ସେତୁ ଉପରୁ ତଳକୁ ଫୋପାଡ଼ି ଦେଇଥିବା ଅଭିଯୋଗ ଆସିଛି । ଘଟଣାସ୍ଥଳରୁ ତଥା ପୋଲୋ ତଳୁ ଆମ୍ବୁଲାନ୍ସ ମଧୁଙ୍କୁ ଉଦ୍ଧାର କରି ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଶେରଗଡ ଥାନା ପକ୍ଷରୁ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି ।

ବିଜେଡି ଦଳ ପକ୍ଷରୁ ମଧୁ ଗତ ପଞ୍ଚାୟତ ନିର୍ବାଚନ ବେଳେ ପରିଚାଳନାରେ ମୂଖ୍ୟ ଭୂମିକା ରହିଥିଲା। ଏହି କାରଣରୁ କୁମାରପାଣି ପଞ୍ଚାୟତର କିଛି ଲୋକଙ୍କ ସହ ରାଜନୈତିକ ତିକ୍ତତା ରହିଥିଲା। ସମ୍ଭବତଃ ଏଥିପାଇଁ ଉକ୍ତ କାଣ୍ଡ ଘଟିଥିବା ଅନୁମେୟ କରାଯାଉଛି । ପୋଲିସ ଏହା ବ୍ୟତୀତ ଅନ୍ୟ ଦିଗକୁ ମଧ୍ୟ ଦେଖୁଛି ଏବଂ ତଦନ୍ତ ଆରମ୍ଭ କରିଛି । ଏଯାଏଁ ମଧୁଙ୍କ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ ହୋଇନଥିବାରୁ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Spread the love