ଚୁତୁର୍ଥ କକ୍ଷପକ୍ଷରେ ଘୁରୁଛି ଆଦିତ୍ୟ-ଏଲ୧ ସାଟେଲାଇଟ୍; ସୂଚନା ଦେଲା ଇସ୍ରୋ

ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ୧ । ଶନିବାର ରାତି ସାଢେ ୨ଟାରେ ତୃତୀୟ କକ୍ଷପକ୍ଷ ଅତିକ୍ରମ କରିଛି । ଏବେ ଚୁତୁର୍ଥ କକ୍ଷପକ୍ଷରେ ଘୁରୁଛି ସାଟେଲାଇଟ୍ । ଏନେଇ ଟୁଇଟ କରି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ୨ଟାରେ ଚତୁର୍ଥ କକ୍ଷପକ୍ଷ ପରିବର୍ତ୍ତନ କରିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପୃଥୀବିଠୁ ୨୯୬ରୁ ୭୧ ହଜାର ୭୭୬ କିଲୋମିଟର ଦୂରତାରେ ବୁଲୁଛି ଆଦିତ୍ୟ- ଏଲ୧ । ୫ମ କକ୍ଷପଥ ପୂରା କରିବା ପରେ ଏଲ୧ ପଏଣ୍ଟ ଆଡକୁ ଲମ୍ଫ ପ୍ରଦାନ କରିବ ସାଟେଲାଇଟ୍ ।

Spread the love