ବିଶ୍ବ ଜାଣେ ସବୁ ଚୋର ଓ ଡକାୟତ ପାକିସ୍ତାନରେ ଅଛନ୍ତି; ଜି୨୦କୁ ଡକାନଯିବାରୁ ପାକିସ୍ତାନବାସୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରିଥିଲା। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ହୋଇଥିଲା। ଜି୨୦ ସମ୍ମିଳନୀକୁ ପ୍ରାୟ ୨୦ଟି ଦେଶର ନେତାମାନେ ଆସିଥିବାରୁ ଟ୍ରାଫିକ୍ ନିୟନ୍ତ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ପାଲଟିଥିଲା। ହେଲେ ଭାରତ ସରକାର ସବୁ ପ୍ରକାରର ଆହ୍ବାନର ସାମ୍ନା କରି ୨ଦିନିଆ ଜି-୨୦ ଶିଖର ସମ୍ମିଳନୀକୁ ସଫଳ କରିଛନ୍ତି। ଏମଧ୍ୟରେ ଭାରତ ଜି୨୦ର ଅଧ୍ୟକ୍ଷତା କରିଥିବାରୁ ଏହାକୁ ହଜମ କରିପାରିନାହିଁ ପାକିସ୍ତାନ।

ପାକିସ୍ତାନକୁ ଜି୨୦କୁ ଡକାନଯିବାରୁ ପାକିସ୍ତାନବାସୀ ନିଜ ଦେଶର ସରକାରଙ୍କୁ ସମାଲୋଚନା କରିଥିବା ଦେଖାଯାଇଛି। ପାକିସ୍ତାନର ଏକ ୟୁଟ୍ୟୁବ ଚାନେଲ ‘ରିୟଲ ଏଣ୍ଟରଟେନ‌ମେଣ୍ଟ’ ଏକ ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ ଉପସ୍ଥାପକ ପ‌ାକିସ୍ତାନର ଜନତାଙ୍କ ପାଖକୁ ଯାଇ ଭାରତରେ ଜି-୨୦ ସମ୍ମିଳନୀ ହେଉଥିବା ଜାଣି କିଭଳି ଅନୁଭବ ହେଉଛି? ବୋଲି ପଚାରୁଛନ୍ତି। ଉତ୍ତରରେ ଜଣେ ଯୁବକ କହୁଛନ୍ତି, “ଆମର ନେତାଙ୍କ ପ୍ରତି କାହାର କୌଣସି ସମ୍ମାନ ନାହିଁ। ବିଶ୍ବ ଜାଣେ ଯେ ସମସ୍ତ ଚୋର ଏବଂ ଡକାୟତ ପାକିସ୍ତାନରେ ଅଛନ୍ତି। ତେଣୁ ସେମାନଙ୍କୁ ଡାକିବାର ଆବଶ୍ୟକତା କ’ଣ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ବ୍ୟକ୍ତିର ସମ୍ମାନ ଥିବା ଉଚିତ୍। ଯେତେବେଳେ ସମ୍ମାନ ହିଁ ନାହିଁ ତେବେ ତାକୁ କିଏ ଡାକିବ? ଜି୨୦ର ସଦସ୍ୟ ନହୋଇ ବି ଅତିଥି ଭାବ‌େ ବାଂଲାଦେଶକୁ ନିମନ୍ତ୍ରଣ କରାଗଲା। ବାଂଲାଦେଶ ଆମଠାରୁ ସ୍ୱାଧୀନତା ପାଇଥିଲା। ଆଜି ଆମଠୁ ଆଗକୁ ପଳାଇଲା। କାରଣ ସେଠାରେ ଥିବା ନେତାମାନେ ଠିକ୍ ଅଛନ୍ତି। ମୁଁ ଭାବୁଛି, ଯଦି ଇମ୍ରାନ ଖାନ କ୍ଷମତାରେ ଥାଆନ୍ତେ ତେବେ ଭାରତ, ପାକିସ୍ତାନକୁ ଡାକିଥାନ୍ତା।”

Spread the love