ରାଜଧାନୀ ଏବେ ଖୋଲା ମଳମୁକ୍ତ ସହର- ବିଏମସି

ରାଜଧାନୀ ଭୁବନେଶ୍ୱର ଏବେ  ଖୋଲା ମଳତ୍ୟାଗ ମୁକ୍ତ ସହର ହୋଇଛି । ଏପରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି। ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରେ ମୋଟ 195 ଟି ଟଏଲେଟ୍ ରହିଛି। ଏଥି ମଧ୍ୟରେ ସୁଲଭ ଶୌଚାଳୟ, ଇ-ଟଏଲେଟ୍, କମ୍ୟୁନିଟି ଟଏଲେଟ୍ ଓ ଟ୍ରାନ୍ସଜେଣ୍ଡର ଟଏଲେଟ୍ ଆଦି ଅନ୍ତର୍ଭୁକ୍ତ ରହିଛି।

Spread the love