ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ  ମିଳିବ ଶ୍ରେଷ୍ଠ ହିନ୍ଦୁ ସମ୍ମାନ। ହିନ୍ଦୁଇଜିମ ଟୁଡେ ପତ୍ରିକା ତରଫରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଶୁକ୍ରବାର ସନ୍ଧ୍ୟାରେ ଗୋବର୍ଦ୍ଧନ ପୀଠରେ ସମ୍ମାନିତ କରିବ ଏହି ପତ୍ରିକା | ଆମେରିକାର ହାୱାଇରୁ ପ୍ରକାଶିତ ଅନ୍ତଃରାଷ୍ଟ୍ରୀୟ ପତ୍ରିକା ‘ହିନ୍ଦୁଇଜିମ ଟୁଡେ’ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଜଗତଗୁରୁ ଗୋବର୍ଦ୍ଧନ ପୀଠର 145 ତମ ଶଙ୍କରାଚାର୍ଯ୍ୟ । ତେବେ ଏହି ଅବସରରେ ଉକ୍ତ ପତ୍ରିକାର ଓଡିଶା ପ୍ରତିନିଧି ମଙ୍ଗଳା ପ୍ରସାଦ ମହାନ୍ତି ଏହି ସମ୍ମାନର ସମସ୍ତ ସାମଗ୍ରୀ ଶୁକ୍ରବାର ସନ୍ଧ୍ୟାରେ ପୂଜ୍ୟ ପାଦକୁ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପୁରୀ ଗୋବର୍ଦ୍ଧନପୀଠର ମୁଖପାତ୍ର ମନୋଜ କୁମାର ରଥ ଏକ ପ୍ରେସ ବିଂଜ୍ଞପ୍ତିରେ ଏହାର ସୂଚନା ଦେଇଛନ୍ତି ।

Spread the love