ଆହୁରି ଦୁଇଦିନ ବର୍ଷା, 6ରୁ ପୁଣି ହାଡଭଙ୍ଗା ଶୀତ

ଆସନ୍ତା  ଦୁଇଦିନ ପର୍ଯ୍ୟନ୍ତ ବର୍ଷା ଜରି ରହିବ । ବର୍ଷା ସାଙ୍ଗକୁ କେହାଲା ପାଗ ମଧ୍ୟ ଦେଖିବାକୁ ମିଳିବ । ଆଜି ରାଜ୍ୟରେ ବର୍ଷା ପରିମାଣ ବଢ଼ିବାରେ ଲାଗିଛି । ବାଲେଶ୍ୱର, ଭଦ୍ରକ, ଅନୁଗୋଳ, କଟକ, ଖୋର୍ଦ୍ଧା, ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଘଡଘଡି ସହ ସ୍ୱଳ୍ପ ଧରଣର ବର୍ଷା ସମ୍ଭାବନା ରହିଛି । 6 ତାରିଖ ପରେ ତାପମାତ୍ରା 2 ରୁ 3 ଡିଗ୍ରୀ କମିବ । ଟ୍ରପ ଲାଇନ ହଟିବା ପରେ ଆକାଶ ମେଘମୁକ୍ତ ସହ ତାପମାତ୍ରା ହ୍ରାସ ହେବ । ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ଯାଏଁ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଟ୍ରପ ଲାଇନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।   ଆସନ୍ତା 6 ତାରିଖ ପରେ ପୁଣି ଶୀତର ପ୍ରକୋପ ବଢିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Spread the love