ଏଣିକି ଆବେଦନର ୧୪ ଦିନ ମଧ୍ୟରେ ମିଳିବ କିଷାନ କ୍ରେଡିଟ କାର୍ଡ

ନୂଆଦିଲ୍ଲୀ: ଏବେ କିଷାନ କ୍ରେଡିଟ୍ କାର୍ଡ ତିଆରି ପ୍ରକ୍ରିୟାକୁ କେନ୍ଦ୍ର ସରକାର ସରଳ କରିଛନ୍ତି। ଏଣିକି ଆବେଦନ କରିବାର ୧୪ ଦିନ ମଧ୍ୟରେ ବ୍ୟାଙ୍କ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ। କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏ ସଂପର୍କରେ ଘୋଷଣା କରାଯାଇଛି । ମନ୍ତ୍ରାଳୟର ଘୋଷଣା ଅନୁସାରେ କିଷାନ କ୍ରେଡିଟ କାର୍ଡର କାଗଜପତ୍ର ଉପରେ ଲାଗୁ ହେଉଥିବା ଅତିରିକ୍ତ ଚାର୍ଜକୁ ହଟାଇ ଦିଆଯାଇଛି। ଆବେଦନ ପ୍ରକ୍ରିୟାର ସରଳୀକରଣ କରାଯାଇଛି। ଏ ସଂପର୍କରେ ସଚେତନତା ବଢ଼ାଇବା ପାଇଁ ପ୍ରଚାର କରାଯାଉଛି।

ମନ୍ତ୍ରାଳୟର ଘୋଷଣା ଅନୁସାରେ କିଷାନ କ୍ରେଡିଟ କାର୍ଡର କାଗଜପତ୍ର ଉପରେ ଲାଗୁ ହେଉଥିବା ଅତିରିକ୍ତ ଚାର୍ଜକୁ ହଟାଇ ଦିଆଯାଇଛି। ଆବେଦନ ପ୍ରକ୍ରିୟାର ସରଳୀକରଣ କରାଯାଇଛି। ଏ ସଂପର୍କରେ ସଚେତନତା ବଢ଼ାଇବା ପାଇଁ ପ୍ରଚାର କରାଯାଉଛି।

Spread the love