ପାର୍ବଣ ପୂର୍ବରୁ ୮୦୦ କୋଟି ଟଙ୍କାର ରିହାତି ଓ ଅଫର୍‌‌ ଘୋଷଣା କଲା ‘ରିୟଲ୍‌ ମି’‌

ମୁମ୍ବାଇ: ପାର୍ବଣ ଋତୁର ଆରମ୍ଭ ହେବାକୁ ଯାଉଛି। ଦଶହରା, ଦୀପାବଳି ଓ ନୂଆବର୍ଷ ପୂର୍ବରୁ ଅନେକ ଲୋକ ଅନେକ କିଛି କିଣାକିଣି କରିବେ। ଏହି ସୁଯୋଗର ସୁବିଧା ଉଠାଇବା ପାଇଁ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ ଅନେକଗୁଡ଼ିଏ ବ୍ରାଣ୍ଡ୍‌ର ସମାଗ୍ରୀକୁ ନେଇ ପ୍ରସ୍ତୁତ ହେଉଛନ୍ତି। ପାର୍ବଣ ଋତୁ ପୂର୍ବରୁ ‌ଫୋନ୍‌ ବ୍ରାଣ୍ଡ୍‌ ‘ରିୟଲ୍‌ ମି’‌ ଘୋଷଣା କରିଛି ଯେ ପ୍ରାୟ ୮୦୦ କୋଟି ଟଙ୍କାର ରିହାତି ଓ ଅଫର୍‌ ଗ୍ରାହକଙ୍କୁ ପ୍ରଦାନ କରାଯିବ। ରିୟଲ୍‌ମି ପକ୍ଷରୁ ମିଳୁଥିବା ଏହି ରିହାତିର ଫାଇଦା ସ୍ମାର୍ଟଫୋନ୍‌, ଅଡିଓ ଟାବ୍‌ଲେଟ୍‌ ଓ ଅନ୍ୟ ଗ୍ୟାଜେଟ୍‌ ଉପରେ ଉଠାଇ ହେବ।

ତେବେ କମ୍ପାନି ପକ୍ଷରୁ ମିଳୁଥିବା ଏହି ଅଫର୍‌ କେବଳ ରିୟଲ୍‌ମି ଡଟ୍ କମ୍‌ରେ ସୀମିତ ନାହିଁ। ବରଂ ଫ୍ଲିକ୍‌କାର୍ଟ ଓ ଆମାଜନ୍‌ରେ ବି ଏହି ଫୋନ୍‌ ଉପରେ ରିହାତି ଗ୍ରାହକଙ୍କୁ ମିଳିବ। ଏହି ସୂଚନା ‌ନିଜେ କମ୍ପାନି ପ୍ରଦାନ କରିଛି।

ଏପଟେ ପାର୍ବଣକୁ ଦୃଷ୍ଟିରେ ରଖି  ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସେଲ୍‌ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍‌ ସବୁ ମିଳିବାକୁ ଯାଉଛି। ଏଥିରେ କମ୍ପାନି ବିଭିନ୍ନ ବ୍ରାଣ୍ଡ୍‌ର ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍‌ ପ୍ରଦାନ କରିବାକୁ ଯାଉଛି। ବିଲିୟନ୍‌ ଡେଜ୍‌ ସେଲ୍‌-୨୦୨୩ ପାଇଁ କମ୍ପାନି ଏକ ଟିଜର୍‌ ଜାରି କରିଛି। ତେବେ ଇ-କମର୍ସ ସାଇଟ୍‌ ପକ୍ଷରୁ ଏପର୍ଯ୍ୟନ୍ତ ସେଲ୍‌କୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ଏହା ହେବ କମ୍ପାନିର ୧୦ମ ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌। ଏଥିରେ ସେଲ୍‌ଫୋନ୍‌ରୁ ନେଇ ଭିନ୍ନ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉପରେ ବମ୍ପର୍‌ ଅଫର୍‌ ପ୍ରଦାନ କରିବାକୁ ଯାଉଛି ଫ୍ଲିପ୍‌କାର୍ଟ। ଡିସ୍‌କାଉଣ୍ଟ୍‌ରୁ ନେଇ ନୋ କଷ୍ଟ୍‌ ଇଏମ୍‌ଆଇ, ଏକ୍ସଚେଞ୍ଜ୍‌ ଅଫର୍‌ ଓ ଅନ୍ୟାନ୍ୟ ସୁବିଧା ବି ମିଳିବ ଏଥର ସେଲ୍‌ରେ।

Spread the love