ଏଥର ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌ରେ ଏହି ସବୁ ସାମଗ୍ରୀ ଉପରେ ଅଧିକ ରିହାତି

ମୁମ୍ବାଇ: ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌ ସଂପର୍କରେ ଖୁଲାସା ହୋଇସାରିଛି। ଏହି ସେଲ୍‌ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍‌ ସବୁ ମିଳିବାକୁ ଯାଉଛି। ଏଥିରେ କମ୍ପାନି ବିଭିନ୍ନ ବ୍ରାଣ୍ଡ୍‌ର ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍‌ ପ୍ରଦାନ କରିବାକୁ ଯାଉଛି। ବିଲିୟନ୍‌ ଡେଜ୍‌ ସେଲ୍‌-୨୦୨୩ ପାଇଁ କମ୍ପାନି ଏକ ଟିଜର୍‌ ଜାରି କରିଛି। ତେବେ ଇ-କମର୍ସ ସାଇଟ୍‌ ପକ୍ଷରୁ ଏପର୍ଯ୍ୟନ୍ତ ସେଲ୍‌କୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।ଏହା ହେବ କମ୍ପାନିର ୧୦ମ ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌। ଏଥିରେ ସେଲ୍‌ଫୋନ୍‌ରୁ ନେଇ ଭିନ୍ନ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉପରେ ବମ୍ପର୍‌ ଅଫର୍‌ ପ୍ରଦାନ କରିବାକୁ ଯାଉଛି ଫ୍ଲିପ୍‌କାର୍ଟ। ଡିସ୍‌କାଉଣ୍ଟ୍‌ରୁ ନେଇ ନୋ କଷ୍ଟ୍‌ ଇଏମ୍‌ଆଇ, ଏକ୍ସଚେଞ୍ଜ୍‌ ଅଫର୍‌ ଓ ଅନ୍ୟାନ୍ୟ ସୁବିଧା ବି ମିଳିବ ଏଥର ସେଲ୍‌ରେ।

ବ୍ୟବହାରାକାରୀ ଏହି ସେଲ୍‌ରେ ସୁପର୍‌ କଏନ ବି ବ୍ୟବହାର କରିପାରିବେ। ଫ୍ଲିପ୍‌କାର୍ଟ ଏଥର ‌ସେଲ୍‌‌ରେ ୬ଟି ସ୍ମାର୍ଟଫୋନ୍‌ ଉପରେ ବିଶେଷ ରିହାତି ଦେବ ବୋ‌ଲି ଶୁଣିବାକୁ ମିଳୁଛି। ଭିବୋ,ସାମ୍‌ସଙ୍ଗ୍‌, ପିକ୍ସେଲ୍‌ ଓ ଅନ୍ୟାନ୍ୟ ବ୍ରାଣ୍ଡ୍‌ର ଫୋନ୍‌ ବି ଉପଲବ୍ଧ ହେବ।

ତେବେ ଏଥର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌ ସେପ୍ଟେମ୍ବର ୨୮ ତାରିଖରୁ ନେଇ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି। ସେଲ୍‌ରେ ନଥିଂ ଫୋନ୍‌ରୁ ନେଇ ଗୁଗୁଲ୍‌ ପିକ୍ସେଲ୍‌ ପର୍ଯ୍ୟନ୍ତ ଫୋନ୍‌ ଉପରେ ଅଫର୍‌ ମିଳିବ। ଯଦି ଆପଣ ଆଉ ଟିକେ କମ୍‌ ଦରର ଫୋନ୍‌ ଖୋଜୁଛନ୍ତି ତ ଆପଣ ପାଇଁ ତାହା ମଧ୍ୟ ଏହି ସେଲ୍‌ରେ ମିଳିବ।

Spread the love