ଓଡ଼ିଶା ପାଇଁ ଅକ୍ଟୋବର ମାସ ସବୁବେଳେ ଅଶୁଭ

ମୌସୁମୀ ଫେରିବା ସମୟ ଉପନୀତ। ଏହାର ଅବ୍ୟବହିତ ପୂର୍ବରୁ ଓଡିଶାକୁ ଦେଖାଗଲାଣି ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏପରିକି ବାତ୍ୟାଟି ଓଡିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ସୂଚନା ମିଳୁଛି।ଓଡ଼ିଶା ପାଇଁ ଅକ୍ଟୋବର ମାସ ସବୁବେଳେ ଅଶୁଭ ସାଜି ଆସିଥିବାବେଳେ ପୁଣି ଚଳିତ ବର୍ଷ ମଧ୍ୟ ସେହି ଡର ଘନେଇଲାଣି । ଅଶାନ୍ତ ହେଉଛି ଆଣ୍ଡାମାନ ସାଗର । ୟୁରୋପିଆନ୍ ମଡେଲ୍ ର ଆକଳନ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ତୃତୀୟ ସପ୍ତାହ ଶେଷ ଆଡକୁ ଶକ୍ତିଶାଳୀ ହେବାର ସମ୍ଭାବା ରହିଛି । ଆଇଏମଡି ମଡେଲ ମଧ୍ୟ ସମାନ ଆକଳନ କରିଛି ।

ପଶ୍ଚିମ ବାୟୁ ସହ ଜଡିତ ବିଷୁବରେଖା ନିକଟସ୍ଥ ତରଙ୍ଗର ଉପସ୍ଥିତି ଯୋଗୁଁ ଚଳିତ ମାସ ଶେଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ରୁ ୩ ଆହକୁ ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ। ଏହା ଓଡିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡୁଛି।

ପର୍ଯ୍ୟାୟକ୍ରମେ ଦେଖିବାକୁ ଗଲେ, 12 ଅକ୍ଟୋବର ୨୦୧୩ ଅକ୍ଟୋବରରେ ଫାଇଲିନ୍‌, ୨୦୧୪ ଅକ୍ଟୋବର 12ରେ ହୁଡହୁଡ, ୨୦୧8ରେ ତିତଲିକୁ ସାମନା କରିଛି ଓଡିଶା । ଏହି ଅକ୍ଟୋବର ମାସ ବାତ୍ୟା ଓଡିଶାକୁ ଛାରଖାର କରିବାର ନଜିର ରହିଛି । ଏହା ଛଡା 1999 ମସିହା ମହାବାତ୍ୟାକୁ ଏବେ ବି ଲୋକ ଭୁଲି ନାହାନ୍ତି ।

୨୦୧୩ ଅକ୍ଟୋବରରେ ସଙ୍ଗଠିତ ଫାଇଲିନ ବାତ୍ୟାରେ ପବନର ବେଗ ଥିଲା ଘଣ୍ଟା ପ୍ରତି୨୨୦ କିମି। ରାଜ୍ୟର ୧୮,୩୭୪ ଗ୍ରାମ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିଲା। ୧୩.୨୪ ନିୟୁତ ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ ।

ସେହିପରି ୨୦୧୪ଅକ୍ଟୋବରରେ ସଙ୍ଗଠିତ ହୁଡହୁଡ ବାତ୍ୟାରେ ପବନର ବେଗ ଥିଲା ୧୦୦ କିମି ପ୍ରତି ଘଣ୍ଟା। ଏହି ବାତ୍ୟାରେ ୯,୬୫୭ ଗ୍ରାମର ୩.୩୪ ନିୟୁତ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ।

2018ରେ ଅକ୍ଟୋବରରେ ଆସିଲା ବାତ୍ୟା ତିତଲି। ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ଏହି ବାତ୍ୟାରେ ୮ହଜାର ୬୯୧ ଗ୍ରାମ ପ୍ରଭାବିତ ହୋଇଥିଲା। ୬.୦୩ ନିୟୁତ ବ୍ୟକ୍ତି ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ।

ସେପଟେ ଗତ 3 ବର୍ଷ ହେବ ଅକ୍ଟୋବର ମାସରେ କୌଣସି ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହୋଇ ନାହିଁ । ହେଲେ ଚଳିତବର୍ଷ ଏହି ଧାରା ଭାଙ୍ଗିବା ସହ ଏକ ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି । ସାଧାରଣତଃ ଦେଖିବାକୁ ଗଲେ ଅକ୍ଟୋବର ମାସରେ ଅସୁଥିବା ବାତ୍ୟା ଗୁଡିକ ଅଧିକ ଶକ୍ତିଶାଳୀ ହୋଇଥାଏ । ବାତ୍ୟାର ସଠିକ ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।

Spread the love