ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ସହଯୋଗରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି:ମୁଖ୍ୟମନ୍ତ୍ରୀ

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର । ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଓ ଜନ ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ସହଯୋଗରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଏବଂ ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାଂପ୍ରଦାୟିକ ସଦଭାବନା ବଜାୟ ରହିଛି। ମାଓ କାର୍ଯ୍ୟକଳାପ ଆଖିଦୃଶିଆ ଭାବେ ହ୍ରାସ ପାଇଛି। ଚଳିତ ବାର୍ଷ ଓଡ଼ିଶା ପୋଲିସ ଓ କାରାଗାରରେ ୫ ହଜାର ପ୍ରାର୍ଥୀ ନିଯୁକ୍ତ ହୋଇଛନ୍ତି।

ମହିଳାଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ଆମେ ଶୂନ୍ୟ ସହନଶୀଳ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ବାର୍ଥ ପାଇଁ କିଛି ସଂବେଦନଶୀଳ ମାମଲାକୁ ରାଜନୈତିକ ରୂପ ଦିଆଯାଉଥିବାରୁ ମୋତେ ଏହା କଷ୍ଟ ଦେଉଛି। ମୋ ସରକାର ଉପକ୍ରମ ଜନସେବାରେ ନାଗରିକଙ୍କ ବିଶ୍ବାସ ବଢ଼ାଇଛି। ଫାଇଭ ଟି ଚାର୍ଟର ଅଧିନରେ ଓଡ଼ିଶା ପୋଲିସ ଅଗଷ୍ଟ ୨୦୨୩ରେ ମାନବ ପୋର୍ଟାଲ ଲଞ୍ଚ କରିଛି। ଅନୁସୂଚିତ ଜାତି ଜନଜାତି ଅତ୍ୟାଚାର ବିରୋଧୀ ଆଇନରେ ତ୍ବରିତ ନ୍ୟାୟ ପ୍ରଦାନ ଓ ପୀଡ଼ିତଙ୍କୁ କ୍ଷତିପୂରଣ ପାଇଁ ଏହି ପୋର୍ଟାଲରେ ତଦନ୍ତକୁ ତ୍ବରାନ୍ବିତ କରାଯାଉଛି।

Spread the love