ରବିବାର ଦିନ ସୂର୍ଯ୍ୟଦେବଙ୍କର ଏମିତି ପୂଜା କରନ୍ତୁ , ଜୀବନରେ ସୌଭାଗ୍ୟ ପ୍ରାପ୍ତି ସହ ହୁଏ ଖୁବ ଶୀଘ୍ର ଉନ୍ନତି

ରବିବାର କରନ୍ତୁ ସୂର୍ଯ୍ୟଦେବଙ୍କ ପୂଜା। କାରଣ ରବିବାର ଦିନ ହେଉଛି ସୂର୍ଯ୍ୟଦେବଙ୍କର। ଏହାଦିନ ତାଙ୍କୁ ପୂଜା କଲେ ମିଳିଥାଏ ଅନେକ ଫାଇଦା। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଗ୍ରହରାଜା କୁହାଯାଏ। ବ୍ୟକ୍ତିର ଜୀବନରେ ମାନ ସମ୍ମାନ ବି ସୂର୍ଯ୍ୟଙ୍କ ପାଇଁ ଆସିଥାଏ। ଏହାସହ କାର୍ଯ୍ୟରେ ଉନ୍ନତି ପାଇବାକୁ ଚାହୁଁଥିଲେ ଆପଣ ସୂର୍ଯ୍ୟଦେବଙ୍କୁ ପୂଜା କରିପାରିବେ।

କୁଣ୍ଡଳୀରେ ସୂର୍ଯ୍ୟ ନିଚ୍ଚ ସ୍ଥାନରେ ଥିଲେ ଅବା ଦୁର୍ବଳ ଥିଲେ ଜୀବନରେ ଉନ୍ନତି ହେବା ରେ ଅନେକ ସମସ୍ୟା ଆସିଥାଏ । ଏହାସହ ବ୍ୟକ୍ତି ସୁଖର ଭାଗିଦାରୀ ହୋଇପାରିନଥାଏ। ସଂସାରରେ ଯେଉଁ ଭଗବାନଙ୍କୁ ଆମେ ସ୍ୱଂୟ ଚକ୍ଷ ୁରେ ଦେଖିପାରୁଛେ ସେ ହେଉଛନ୍ତି ସୂର୍ଯ୍ୟଦେବ ଓ ଚନ୍ଦ୍ରଦେବ। ତେଣୁ ଆପଣ ଯଦି ଜୀବନରେ ଖୁସି ଚାହୁଁଛନ୍ତି ତେବେ ରବିବାର ସୂର୍ଯ୍ୟଦେବଙ୍କ ଦିନରେ ପ୍ରଭୁଙ୍କର ପୂଜା କରନ୍ତୁ। ନିଷ୍ଠାର ସହ ସୂର୍ଯ୍ୟଦେବଙ୍କ ଉପାସନା କଲେ ଆପଣଙ୍କ ଉପରେ ଭଗବାନ ଖୁସି ହୋଇ ଆଶିର୍ବାଦ ଦେବା ସହ ଭଲ ଦୃଷ୍ଟି ପକାଇବେ।

ଆଜି ଜାଣନ୍ତୁ ସୂର୍ଯ୍ୟଦେବଙ୍କୁ ଖୁସି କରିବା ପାଇଁ ଆପଣ କେଉଁ ପୂଜା କରିପାରିବେ:-

-ପ୍ରଥମେ ଶୁଦ୍ଧ ଘିଅ ଦୀପ ଏହିଦିନ ଲଗାନ୍ତୁ। ରବିବାର ସନ୍ଧ୍ୟାରେ ମୁଖ୍ୟ ଦ୍ୱାରରେ ଗାଈର ଶୁଦ୍ଧ ଘୀଅରେ ଦୀପକ ଜାଳନ୍ତୁ। ଏହା କରିବା ଦ୍ୱାରା ଲକ୍ଷ୍ମୀ ମାତା ପ୍ରସନ୍ନ ହୁଅନ୍ତି। ଏହାସହ ଆଜି ଆପଣ ମନ୍ଦିରରେ ମାତା ଗୌରୀ ଏବଂ ଭଗବାନ ଶିବଙ୍କୁ ରୁଦ୍ରାକ୍ଷ ଚଢ଼ାଇପାରିବେ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ବେଶି ପ୍ରସନ୍ନ ହୁଅନ୍ତି। ଯାହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ।

– ଅରୁଆ ଚାଉଳ କ୍ଷୀରରେ ପକାଇ ଏଥିରେ ଗୁଡ଼ ମିଶାଇ ଖାଇବା ଉଚିତ। ଏହାଦ୍ୱାରା ଜୀବନରେ ଉନ୍ନତି ହୁଏ। ଏହାବ୍ୟତିତ ଆପଣ ଅଟା ଏବଂ ଗୁଡ଼କୁ ନାଲି କପଡ଼ାରେ ବାନ୍ଧି ଅସହାୟ ଲୋକଙ୍କୁ ଦାନ କରିବା ଉଚିତ। ଏହା କଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।

– ରିବବାର ଦିନରେ ତୁଳସୀ ଗଛ ଚାରିପାଖେ ୧୧ ଥର ପରିକ୍ରମା କରିନ୍ତୁ। ଏହିସମୟରେ ଓମ୍‌ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ଜପ କରନ୍ତୁ। ପରିକ୍ରମା ସମୟରେ ଜଳ ଢ଼ାଳନ୍ତୁ। ଏହାଦ୍ୱାରା ମଧ୍ୟ ଆପଣ ଲକ୍ଷ୍ମୀ ଦେବୀଙ୍କୁ ପ୍ରସନ୍ନ କରିପାରିବେ। ଯାହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ।

-ଘରେ ସୁଖ ଶାନ୍ତି ସହ ସୂର୍ଯ୍ୟଦେବଙ୍କ ଆଶିର୍ବାଦ ପାଇବା ପାଇଁ ଆପଣ ଆଜି ମାନେ ରବିବାର ସ୍ନାନ କର୍ମ ସାରି ଜଳ ଅର୍ଘ୍ୟ ୭ ଥର ଦିଅନ୍ତୁ। ଏହିସମୟରେ ଓମ୍‌ ଘୃଣି ସୂର୍ଯ୍ୟାୟ ନମଃକୁ ୭ଥର ଉଚ୍ଚାରଣ କରନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ରକୁ ପଠନ କରନ୍ତୁ। କାରଣ ଏହା ସୂର୍ଯ୍ୟଦେବଙ୍କର ପ୍ରିୟ ସ୍ତୋତ୍ର। ଯାହାଦ୍ୱାରା ପ୍ରଭୁ ଶୀଘ୍ର ଖୁସି ହୋଇଯାନ୍ତି। ମାନ୍ୟତା ରହିଛି ଯେ, ରବିବାର ଦିନ କୌଣସି କାମର ଶୁଭାରମ୍ଭ କଲେ ଖୁବ ଭଲ ହୋଇଥାଏ। ଏହା କରିବା ପୂର୍ବରୁ ପ୍ରଥମେ ମିଠା ଖାଇ ପାଣି ପିଅନ୍ତୁ। ଏଭଳି ଭାବେ ଆପଣ ସୂର୍ଯ୍ୟଦେବଙ୍କୁ ପୂଜା କରି ପ୍ରଭୁଙ୍କୁ ପ୍ରସନ୍ନ କରିପାରିବେ।

Spread the love