ବିଜେଡିରେ ମିଶିଲେ ବହୁ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର: ଶୁକ୍ରବାର ପୂର୍ବାହ୍ନରେ କସ୍ତୁରବା ନାରୀ ମହଲରେ ଆୟୋଜିତ ୱାର୍ଡସ୍ତରୀୟ ଯୁବ, ଛାତ୍ର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବରେ କଂଗ୍ରେସ ଓ ବି‌ଜେପିର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ବିଧାୟକ(ମଧ୍ୟ) ଅନନ୍ତ ନାରାୟଣ ଜେନା ସେମାନଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ୱାର୍ଡ ୪୦ର ଯୁବ ନେତା ତଥା ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ଭୁବନେଶ୍ୱର ଉପସଭାପତି ଅଭିଳାଷ ଦାସ, ବିଜେପି ମହିଳା ମୋର୍ଚ୍ଚା ପୂର୍ବତନ ଜିଲ୍ଲା ସମ୍ପାଦିକା ପାୟଲ ପଲ୍ଲବୀ, ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ଯୁବ ସଂଯୋଜକ ଶ୍ୟାମ ସୁନ୍ଦର ମହାନ୍ତି, ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ତପନ ରାଉତରାୟ, ଛାତ୍ର କଂଗ୍ରେସ ନେତା ସତ୍ୟଜିତ ପଣ୍ଡା, ୱାର୍ଡ ୩୫ର ବିଜେପି ଯୁବ ସଂଯୋଜକ ଶୁଭ ରଞ୍ଜନ ସିଂହ ଓ ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ୱାର୍ଡ ୪୦ କର୍ପୋରେଟର ଆସିୟା ବେଗମ୍, ୩୫ର କର୍ପୋରେଟର ରଞ୍ଜୁଲତା ରାୟ, ୱାକଫ୍‌ ବୋର୍ଡ ଅଧ୍ୟକ୍ଷ ସେକ୍‌ ନିଜାମୁଦ୍ଦିନ, ବିଜେଡି ରାଜ୍ୟ ଉପ-ସଭାପତି ଦିଲ୍ଲୀପ ସେନାପତି, ରାଜ୍ୟ ସଂପାଦକ ଜଗବନ୍ଧୁ ବଳିୟାରସିଂହ, କର୍ପୋରେଟର ଭରତ ଲେଙ୍କା, ଛାତ୍ର ସଭାପତି ଶକ୍ତି ପ୍ରକାଶ ପତି, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ରୋଜା ଘୋଷ, ରାଜ୍ୟ ସମ୍ପାଦକ ସଞ୍ଜୀବ ଧଳ, କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର, ପୁଷ୍ପା ରାଉତ, ସ୍ମୃତି ଶିଖା ବରିସଲ, ଅଲିଅଳି ମଲ୍ଲିକ, କବିତା ସ୍ୱାଇଁ, ରାଜକିଶୋର ଦାସ, ଆଶିଷ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ନବକିଶୋର ବେହେରା, କ୍ରିକେଟ୍ କୋଚ୍‌ କ୍ଷୀରୋଦ ବେହେରା, ବିଜେଡି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଉପଦେଷ୍ଟା ଚିନ୍ମୟ ମହାପାତ୍ର, ଉପ-ସଭାପତି ଦିଲ୍ଲୀପ ଜେନା, ମିଲନ ପାଇକରାୟ, ମଧୁସୂଦନ ରେଡ୍ଡୀ, ସାଧାରଣ ସମ୍ପାଦକ ଫିରୋଜ ଖାନ୍, ଦୀପକ ପରିଡ଼ା, ଅଜୟ ଲେଙ୍କା, ମହିଳା ନେତ୍ରୀ ଇତିଶ୍ରୀ ଦିକ୍ଷୀତ, ସୁପ୍ରିୟା ମହାନ୍ତି, ଲିଲି ନାୟକ, ଆଲୋକ ଜେନା, କରୁଣାକର ରାଉତ, ଅରୁଣ ମହାନ୍ତି, ରାଜକୁମାର ଜେନା, ସଞ୍ଜୀବ ତାରେଣିଆ, ଆକାଶ ପଟ୍ଟନାୟକ, ବିକାଶ ପତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love