ସୁସ୍ଥ ସମାଜ ଗଠନ ପାଇଁ ‘ସ୍ୱଚ୍ଛତା’ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ମନମୋହନ ସାମଲ

ଭୁବନେଶ୍ୱର, ତା.୦୧/୧୦ : ସୁସ୍ଥ ସମାଜ ଗଠନ ପାଇଁ ‘ସ୍ୱଚ୍ଛତା’ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସୁସ୍ଥ ସମାଜ ଦ୍ୱାରା ସାମୁହିକ ବିକାଶ ସମ୍ଭବ । ‘ସ୍ୱଚ୍ଛତା’ର ଆବଶ୍ୟକତାକୁ ଉପଲବ୍ଧି କରି ୯ ବର୍ଷ ତଳେ ୨୦୧୪ ମସିହା ଅକ୍ଟୋବର ୨ ତାରିଖରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ବିଶ୍ୱର ସବୁଠୁ ବଡ “ସ୍ୱଚ୍ଛ ଭାରତ” ଅଭିଯାନର ଶୁଭାରମ୍ଭ କରିଥିଲେ । ସ୍ୱଚ୍ଛଭାରତ ଯୋଜନାରେ ସମଗ୍ର ଦେଶରେ ଦଶ କୋଟିରୁ ଊର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ କରାଯାଇ ଅଗଣିତ ମାଁ ଓ ଉଉଣୀମାନଙ୍କ ସମ୍ମାନକୁ ସୁରକ୍ଷା ପ୍ରଦାନ କରାଯାଇଛି । ସରକାରୀ, ବେସରକାରୀ, ଛାତ୍ର, ବ୍ୟବସାୟୀ, ଯୁବକ, ବୁଦ୍ଧିଜୀବି ଓ ସ୍ୱେଚ୍ଛାସେବୀ ଆଦି ସମାଜର ସବୁ ବର୍ଗ ଓ ଶ୍ରେଣୀ ଆଜି ନିଜକୁ “ସ୍ୱଚ୍ଛଭାରତ” ଜନଆନ୍ଦୋଳନରେ ସାମିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ ଏବଂ ଦେଶର ୧୪୦କୋଟି ଲୋକଙ୍କ ସକ୍ରିୟ ସମର୍ଥନ, ସହଯୋଗ କାରଣରୁ “ସ୍ୱଚ୍ଛ ଭାରତ” ଅଭିଯାନର ଆଜି ଏକ ବିରାଟ ଜନଆନ୍ଦୋନରେ ପରିଣତ ହୋଇସାରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

୨୦୧୪ ମସିହାରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶକୁ ‘ସ୍ୱଚ୍ଛତା ହିଁ ସେବା’ ମୂଳମନ୍ତ୍ରର ସନ୍ଦେଶ ଦେଇ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛଭାରତ ଅଭିଯାନ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏକ ବିରାଟ ଜନଆନ୍ଦୋଳନରେ ପରିଣତ ହୋଇଥିବା ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ ଦେଶବାସୀ ନିଜ ପାଖ ସାହିବସ୍ତି, ହାଟବଜାର, ପାର୍କ, ଧାର୍ମିକ ସ୍ଥାନ ଭଳି ସାର୍ବଜନୀନ ସ୍ଥଳରେ ଆଜି ଏକ ଘଂଟା ଶ୍ରମଦାନ କରି ପ୍ରଧାନମନ୍ତ୍ରୀ “ସ୍ୱଚ୍ଛତା ପାଇଁ ଶ୍ରମଦାନ” ଅଭିଯାନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଜୀଙ୍କ ନିର୍ଦ୍ଦେଶକ୍ରମେ ବିଜେପି କାର୍ଯ୍ୟକର୍ତାମାନେ ଶ୍ରମଦାନ କରି ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହି ଅବସରରେ ଆଜି ରାଜ୍ୟ ସଭାପତି ଶ୍ରୀ ସାମଲ ଭୁବନେଶ୍ୱରର ଆଇଆରସି ଭିଲେଜ ସ୍ଥିତ ଇନ୍ଦ୍ରଧନୁ ମାର୍କେଟଠାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ଘଂଟାର ସଫେଇ କାର୍ଯ୍ୟରେ ନିଜର ଶ୍ରମଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ୱାନକ୍ରମେ ରାଜ୍ୟର ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗ ଦେଇ ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ପୁରୁଣା ଭୁବନେଶ୍ୱର ସ୍ଥିତ ଐଶ୍ୱନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି; ସାଂସଦ ଶ୍ରୀ ଜୁଏଲ ଓରାମ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଲୁମ୍ବିନୀ ବିହାରରେ ଅନୁଷ୍ଠିତ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love