ପୃଥକ୍ ସ୍ଥାନରେ ବଜ୍ରପାତ, ୧୧ ଗୋରୁ ମୃତ

ବୈପାରିଗୁଡ଼ା: ପୃଥକ୍ ସ୍ଥାନରେ ବଜ୍ରପାତ ଘଟି ୧୧ ଗୋରୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକର ଗୁପ୍ତେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଗୟଳକୁଣ୍ଡ ଠାରେ ଗାଇ ଗୋଠ ଉପରେ ବଜ୍ରପାତ ହେବାରୁ ୧୦ଟି ଗୋରୁଙ୍କର ମୃତ୍ୟୁ ଘଟିଛି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ଗାଈ ଚରାଳି ସମସ୍ତ ଗୋରୁଙ୍କୁ ଗୋଟିଏ ଜାଗାରେ ବିଶ୍ରାମ ନେବା ପାଇଁ ରଖି ଖାଇବା ପାଇଁ ଘରକୁ ଯାଉଥିଲେ। ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ଫଳରେ ବିଶ୍ରାମ ନେଉଥିବା ଗୋରୁଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ଟି ଗୋରୁଙ୍କ ମୃତ୍ୟୁ ହୋଇଯାଇଥିଲା। ସେହି ପଞ୍ଚାୟତର ଡେଙ୍ଗପାଖନା ଠାରେ ଜଣେ ବ୍ୟକ୍ତି ନିଜ ମଇଁଷିକୁ ଏକ ବାଉଁଶ ବୁଦାରେ ବାନ୍ଧି ରଖିଥିଲେ। ହଠାତ୍ ବର୍ଷା ସହ ବଜ୍ରପାତ ହେବା ଫଳରେ ମଇଁଷି ଟିର ମୃତ୍ୟୁ ଘଟିଥିବା ପ୍ରକାଶ। ଯେଉଁ ମାନଙ୍କ ଗୋରୁ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ ସରକାରଙ୍କ ତରଫରୁ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଛି।

Spread the love