ଜୟପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ସାଂସଦ ଅନୁପସ୍ଥିତ

ଜୟପୁର: ମାଲକାନଗିରି ଠାରେ ହେବାକୁ ଥିବା ମୂଳ ନିବାସୀ ଜନ ଜାଗରଣ ସମାବେଶରେ ଯୋଗ ଦେବାକୁ ଆସିଥିବା ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲା କୁମାର, ଏଆଇସିସିର ଅନୂସୂଚିତ ଜାତି, ଓଜନଜାତି, ସଂଖ୍ୟାଲଘୁ ମୋର୍ଚ୍ଚା ସଂଯୋଜକ କେ.ରାଜୁ, ରାଜେଶ ଲିଲଟିଆ, ଶିବାଜୀ ରାଓ ମୋଘେ, ପିସିସି ସଭାପତି ଶରତ ପଟ୍ଟନାୟକ, କ୍ୟାମ୍ପନ୍ ମୁଖ୍ୟ ବିଜୟ ପଟ୍ଟନାୟକଙ୍କୁ ପାରାବେଡା ଛକରୁ ବାମୁଣିଗାଁ ପର୍ଯ୍ୟନ୍ତ ବାଇକ ରାଲିରେ ନିଆଯାଇଥିଲା।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ହୋଇଥିବା ବିରାଟ ବାଇକ ରାଲି କଂଗ୍ରେସ ଭବନ ପହଚିଂବା ପରେ ଉପରୋକ୍ତ ନେତୃମଣ୍ଡଳୀ ଗାଡ଼ିରୁ ଓହ୍ଲାଇ ମହାପୁରୁଷ ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇଥିଲେ। ଏଠାରେ ମହିଳା କଂଗ୍ରେସର ନେତ୍ରୀମାନେ ନେତାମାନଙ୍କୁ କାର୍ଯ୍ୟକ୍ରମର ସଫଳତା କାମନା କରି ଶୁଭେଚ୍ଛା ଜଣାଇଥିଲେ। ଏଥିରେ ଜିଲ୍ଲା ସଭାପତି ବୁଲୁ ସାହୁ, ନଗର ସଭାପତି ତଥା ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ରାମ କାଡ଼ାମ, ରୁପକ ତୁରୁକ ଆଦି ଉପସ୍ଥିତ ଥିଲେ।

ତେବେ ବୁଧବାର ଠାରୁ କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କର ଦେଖା ମିଳିନଥିବାରୁ ଏହାକୁ ନେଇ ରାଜନୈତକ ଚର୍ଚ୍ଚା ଜୋର ଧରିଥିଲା। ତାରା ଓ ସପ୍ତଗିରୀଙ୍କ ମଧ୍ୟରେ ଚାଳିଥିବା ଯୁଦ୍ଧରେ ବିଧାୟକଙ୍କ ପତ୍ନୀ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ବଳିପଡ଼ିଥିଲା। ତା ପରେ ଉଭୟ ପକ୍ଷ ମଧ୍ୟରେ ତୁତୁ ମେଁ ମେଁ ଚାଳିଥିବା ବେଳେ ଏହି ଗସ୍ତ ତାଲିପକା ଉଦ୍ୟମ ହୋଇଛି ନା ଆଗାମୀ ଦିନରେ ଆଉ କିଛି ଘଟଣା ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Spread the love