କଫି ଦୂର କରିବ ଟ୍ୟାନିଂ ସମସ୍ୟା, ଜାଣନ୍ତୁ ବ୍ୟବହାର କରିବାର ସଠିକ୍ ଉପାୟ
ସବୁବେଳେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା କାରଣରୁ ଆମ ଚେହେରାରେ ଟ୍ୟାନିଂ ହୋଇଥାଏ । ମୁଖ୍ୟତଃ ଖରାଦିନେ ଟ୍ୟାନିଂ ଅଧିକ ହୋଇଥାଏ । ଏହା ଆମ ତ୍ୱଚାର ବାହାର ପରସ୍ତକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ କମିଯାଏ । ତେବେ ସ୍କିନ ଟ୍ୟାନିଂ କମ୍ କରିବା ପାଇଁ ମାର୍କେଟରେ ଅନେକ ପ୍ରଡକ୍ଟ ମିଳୁଛି । କିନ୍ତୁ ଏଥି ମଧ୍ୟରୁ କିଛି ବହୁତ ମହଙ୍ଗା ହୋଇଥାଏ ତ ଆଉ କିଛି ପ୍ରଡକ୍ଚରେ ଅତ୍ୟଧିକ ପରିମାଣର କେମିକାଲ ରହିଥାଏ । ଯାହା ଆମ ତ୍ୱଚାକୁ ସୁରକ୍ଷା ଦେବା ବଦଳରେ ଅଧିକ କ୍ଷତି ପହଞ୍ଚାଇଥାଏ । ସେଥିପାଇଁ ଆପଣଙ୍କୁ କଫିରେ ତିଆରି କିଛି ଫେସ୍ପ୍ୟାକର ଟିପ୍ସ ଦେଉଛୁ ଯାହା ତ୍ୱଚାରୁ ଟ୍ୟାନିଂ ହଟାଇବାରେ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଆସନ୍ତୁ ଜାଣିବା ଏହି ଫେସ୍ପ୍ୟାକ କିପରି ପ୍ରସ୍ତୁତ କରିବେ।
କଫି, କଞ୍ଚା କ୍ଷୀର ଏବଂ ମହୁ ଫେସ୍ପ୍ୟାକ୍:
ସାମଗ୍ରୀ
କଫି ପାଉଡର – ୨ ଚାମଚ
ମହୁ – ୨ ଚାମଚ
କଞ୍ଚା କ୍ଷୀର – ୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସମସ୍ତ ଜିନିଷକୁ ଏକ ପାତ୍ରରେ ନେଇ ମିଶାନ୍ତୁ ଏବଂ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପେଷ୍ଟ ହେଇଯିବା ପରେ ଏହାକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । କିଛି ସମୟ ପରେ, ମୁହଁରେ ସର୍କୁଲାର ମୋସନରେ ମାଲିସ କରନ୍ତୁ । ଏହା ଦ୍ୱାରା ତ୍ୱଚାର ମଇଳା ଏବଂ ଡେଡ୍ ସ୍କିନ ସଫା ହୋଇଯିବ । ତାପରେ ମୁହଁ ଧୋଇଦିଅନ୍ତୁ । ଏହି ପ୍ୟାକ୍କୁ ସପ୍ତାହରେ ଦୁଇରୁ ତିନି ଥର ବ୍ୟବହାର କରିଲେ ଶୀଘ୍ର ଲାଭ ମିଳିଥାଏ ।
ଅଲିଭ ଅଏଲ ଏବଂ କଫି ଫେସ୍ ପ୍ୟାକ୍:
ତ୍ୱଚାରେ ପ୍ରାକୃତିକ ରୂପରେ ଚମକ ଆଣିବା ଏବଂ ଟ୍ୟାନିଂ ହଟାଇବା ପାଇଁ କଫି ଓ ଅଲିଭ୍ ଅଏଲର ଫେସ୍ପ୍ୟାକ୍ ଲଗାନ୍ତୁ । ଏଥିପାଇଁ ଆପଣ କଫି ଓ ଅଲିଭ୍ ଅଏଲକୁ ଭଲ ଭାବରେ ମିଶ୍ରଣ କରନ୍ତୁ । ଏବେ ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଏହା ପରେ ସାଧା ପାଣିରେ ଧୋଇଦିଅନ୍ତୁ ।
କଫି, ହଳଦୀ ଏବଂ ଦହି ଫେସ୍ ପ୍ୟାକ୍:
କଫି ଏକ ବହୁତ ଭଲ ଏକ୍ସପ୍ଲୋଏଟର । ଏହା ତ୍ୱଚାକୁ ଭଲ ଭାବରେ ସ୍କ୍ରବ୍ କରିବାର କାର୍ଯ୍ୟ କରିଥାଏ । ଯାହା ଦ୍ୱାରା ଟ୍ୟାନିଂ ସମସ୍ୟାରୁ ରକ୍ଷା ମିଳିଥାଏ । କଫି ପିଗ୍ମେଣ୍ଟେସନ ମଧ୍ୟ ଦୂର କରିଥାଏ । ଏକ ପାତ୍ରରେ ୨ ଚାମଚ କଫି, ହଳଦୀ ଏବଂ ଦହି ନେଇ ପେଷ୍ଚ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଏବଂ ଏହା ପରେ ସାଧା ପାଣିରେ ମୁହଁ ଧୋଇଦିଅନ୍ତୁ । ଏହି ପ୍ୟାକ୍କୁ ସପ୍ତାହରେ ଦୁଇ ଥର ବ୍ୟବହାର କରିଲେ ଲାଭ ମିଳିବ ।