ଆଦିବାସୀ କଲ୍ୟାଣ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କୁ ବହିଷ୍କାର ଦାବୀରେ ମହିଳା କଂଗ୍ରେସର ଧାରଣା

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ଦାରିଙ୍ଗବାଡିରେ ୮ମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ଓ ପରେ ପରେ ନବଜାତ ଶିଶୁର ମୃତ୍ୟୁ ଘଟଣା ଓଡିଶା ପାଇଁ ଏକ କଳଙ୍କିତ ଅଧ୍ୟାୟ । ଏହି ଘଟଣା ପରେ ଆଦିବାସୀ କଲ୍ୟାଣ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ନିଜ ନିଜର କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା , ଜିଲ୍ଲାପାଳ କନ୍ଧମାଳ ଓ ୨ ବିଭାଗୀୟ ସଚିବ କାର୍ଯ୍ୟରେ ଅବହେଳା  ଓ ଛାତ୍ରୀର ପରିବାରକୁ ନ ଭେଟିବା , ଚିକିତ୍ସାରେ ଅବହେଳା ଘଟଣା ରାଜ୍ୟ ବାସୀଙ୍କ ଭାବାବେଗକୁ ଅସମ୍ମାନୀତ କରିଛି । ରାଜ୍ୟରେ ମହିଳା ମାନଙ୍କ ପ୍ରତି ହିଂସା , ଅତ୍ୟାଚାର , ନିର୍ଯ୍ୟାତନା , ଗଣଧର୍ଷଣ ଓ ହତ୍ୟା ବଢ଼ି ବଢ଼ି ଚାଲିଛି । ରାଜ୍ୟ ସରକାର ମହିଳା ମାନଙ୍କର ଆର୍ଥିକ , ସାମଜିକ  ଓ ରାଜନୈତିକ ଅଭିବୃଦ୍ଧିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଏହାର ପ୍ରତିବାଦରେ ପିସିସି ସଭାପତି ନିରଞ୍ଜନ ପନାୟକ ଓ ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାପତି ସୁମିତ୍ରା ଜେନାଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ସବିତା ଧୀରଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ତତ୍ ସହିତ ଉପଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ୟେଶରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରତିମା ମଲ୍ଲିକ ମଧ୍ୟ ଯୋଗ ଦେଇଥିଲେ । ପୂର୍ବତନ ଅନୁଗୁଳ ବ୍ଲକ ଅଧ୍ୟକ୍ଷ ବଂଶୀଧର ପ୍ରଧାନ, ଜିଲ୍ଲା କଂଗ୍ରେସ କମିଟିର ଉପ-ସଭାପତି ବିରି ନାରାୟଣ ଧର ଉମ ପ୍ରସାଦ ସାହୁ , ଚିରଞ୍ଜନ ନାଏକ , ପୂର୍ବତନ ଯୁବ କଂଗ୍ରେସ ସଭାପତି ତପନ ପ୍ରଧାନ , ନୀଲକମଲ ସେଠୀ , ଅଳକାରାଣୀ ମହାପାତ୍ର , ଶୋଭାଗିନୀ ଗଡନାୟକ , ରୁବିନା ସାହୁ , ଲକ୍ଷ୍ମୀ ସାହାଣୀ , ମନୋଜ ସାହୁ , ରମାକାନ୍ତ ପ୍ରଧାନ , ସିଲୁ ସାହୁ , ରାକେଶ ସାହୁ , କାଶୀଦା ଖାନ , ସଲମା ବେଗମ ପ୍ରଭୃତି ଉପସ୍ଥିତ ଥିଲେ ।

Spread the love