ଭିଡିଓ ଭାଇରାଲ ପରେ ମଦ୍ୟପ ଶିକ୍ଷକ ନିଲମ୍ବିତ

ବଡ଼ଗାଁ ବ୍ଲକ୍ ପାମରା ଜୁନାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡମ୍ବରୁଧର ଠାକୁର ମଦ ନିଶାରେ ଚୁର୍ ହୋଇ ସ୍କୁଲ ରୋଷେଇ ଘରେ ପଡ଼ିଥିବା ଓ ତାଙ୍କୁ ଉଠାଇ ଗାଁ ଲୋକେ ତାଗିଦ୍ କରିବା ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ବୁଧବାର ଦିନ ୧୧ଟାଗରେ ପ୍ରଧାନଶିକ୍ଷକ ମଦ ପିଇ ରୋଷେଇ ଘରେ ପଡ଼ିଥିଲେ। ଖବର ପାଇ ଗାଁ ସ୍କୁଲ କମିଟି ଅଧ୍ୟକ୍ଷା ଗୀତାଞ୍ଜଳି କିସାନ, ରମେଶଚନ୍ଦ୍ର ବାରିକ, ଅଜୟ କିସାନ, ଡୁଲେଶ୍ବର ବାରିକଙ୍କ ସମେତ କିଛି ଅଭିଭାବକ ସ୍କୁଲକୁ ଯାଇ ତାଙ୍କୁ ଉଠାଇ ବାହାରକୁ ଆଣି ତାଗିଦ୍ କରିବା ସହ ଶ୍ରେଣୀକକ୍ଷରେ ବସାଇଥିଲେ। ଶିକ୍ଷକ ଜଣକ ନିୟମିତ ମଦ ପାଇ ସ୍କୁଲ ଆସୁଥିବା ଓ ଏପରି ଶୋଇ ରହୁଥିବା ଅଭିଭାବକମାନେ ଅଭିଯୋଗ କରୁଥିବା ଭିଡିଓରେ ଦେଖାଯାଇଥିଲା।

Spread the love