ଯୁବ ସଭାପତି ନାହାଁନ୍ତି, ଆନ୍ଦୋଳନ କିଏ କରୁଥିଲା: ପିସିସି ସଭାପତି

ଭୁବନେଶ୍ୱର: ଯୁବ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ । ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ଏପରିକି କର୍ମୀ ଆଣିଥିବା ବ୍ୟାନର ମଧ୍ୟ ଖୋଲିବାକୁ ସୁଯୋଗ ଦେଇନଥିଲା । ରାଜଧାନୀରେ ଭୁବନେଶ୍ୱରେ ଯୁବ କଂଗ୍ରେସର ଏପରି ଆନ୍ଦୋଳନ ପୂର୍ବରୁ କେବେ ଦେଖାଯାଇନଥିଲା । ବିଶେଷ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ପୋଲିସ ପ୍ରଶାସନର ତତକ୍ଷଣାତ ପଦକ୍ଷେପ । ମନେ ହେଉଥିଲା ଗୁଇନ୍ଦା ସୂଚନା ପାଇ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ କମିଶନରେଟ ପୋଲିସର ବଡ଼ ବଡ଼ ଅଧିକାରୀ ।ଯୁବ କଂଗ୍ରେସର ଆନ୍ଦୋଳନ ନେଇ ବଡ଼ ବୟାନ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି, ନବୀନ ନିବାସ ଘେରାଉ ସଂପର୍କରେ ସେ ଜାଣି ନାହାନ୍ତି । ଦଳର ନାହାନ୍ତି ଯୁବ ସଭାପତି । ଆନ୍ଦୋଳନକାରୀମାନେ କିଏ, ଲେଟ୍ ମି ଚେକ୍ ବି ବୋଲି କହିଛନ୍ତି ଶରତ ପଟ୍ଟନାୟକ । ସେପଟେ, ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ଏପରିକି କର୍ମୀ ଆଣିଥିବା ବ୍ୟାନର ମଧ୍ୟ ଖୋଲିବାକୁ ସୁଯୋଗ ଦେଇନଥିଲା ।

ରାଜଧାନୀରେ ଭୁବନେଶ୍ୱରେ ଯୁବ କଂଗ୍ରେସର ଏପରି ଆନ୍ଦୋଳନ ପୂର୍ବରୁ କେବେ ଦେଖାଯାଇନଥିଲା ।ବିଶେଷ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ପୋଲିସ ପ୍ରଶାସନର ତତକ୍ଷଣାତ ପଦକ୍ଷେପ । ମନେ ହେଉଥିଲା ଗୁଇନ୍ଦା ସୂଚନା ପାଇ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ କମିଶନରେଟ ପୋଲିସର ବଡ଼ ବଡ଼ ଅଧିକାରୀ । ଆଉ ଆନ୍ଦୋଳନ ଆରମ୍ଭ ହେବା ମାତ୍ରେ ଯୁବ କଂଗ୍ରେସ ସଦସ୍ୟଙ୍କୁ ଉଠାଇ ନିଆଯାଇଥିଲା । ଅଣ ଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ ଓ ଛାତ୍ରଛାତ୍ରୀଙ୍କ ମେଧା ବୃତି ହରିଲୁଟ ଭଳି ଅଭିଯୋଗରେ ରାଲି କରିବାକୁ ଯାଉଥିଲା ଯୁବ କଂଗ୍ରେସ । କଂଗ୍ରେସ ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁସାରେ ଯୁବ କଂଗ୍ରେସର ଏହି ଆନ୍ଦୋଳନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମ୍ମତି ନଥିଲା । ତଥାପି ଯୁବ କଂଗ୍ରେସର ଗୋଟିଏ ଗୋଷ୍ଠୀ ଶୀର୍ଷ ନେତାଙ୍କ ଅନୁମତି ବିନା ଏଭଳି ଆନ୍ଦୋଳନକୁ ଓହ୍ଳାଇଥିଲେ ।

Spread the love