ଏକ୍ସପ୍ରେସ୍‌ୱେରେ କଣ୍ଟେନର୍‌ ଟ୍ରକ୍‌ ସହିତ ଧକ୍କା ଖାଇଲା ଦ୍ରୁତଗାମୀ ମିନି-ବସ୍‌; ୧୨ ମୃତ

ମୁମ୍ବାଇ: ଶନିବାର ରାତିରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲା (ଔରଙ୍ଗାବାଦ) ଅନ୍ତର୍ଗତ ସମୃଦ୍ଧି ଏକ୍ସ୍‌ପ୍ରେସ୍‌ୱେରେ ଏକ କଣ୍ଟେନର୍‌ ଟ୍ରକ୍‌ ସହିତ ଗୋଟାଏ ଦ୍ରୁତଗାମୀ ମିନି-ବସ୍‌ ଧକ୍କା ଖାଇବାରୁ ଅନ୍ୟୂନ ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୨୩ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ଉକ୍ତ ଘରୋଇ ବସ୍‌ରେ ୩୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ମୁମ୍ବାଇଠାରୁ ପ୍ରାୟ ୩୫୦ କିଲୋମିଟର୍‌ ଦୂରରେ ବୈଜପୁର ଅଞ୍ଚଳରେ ଥିବା ଉକ୍ତ ଏକ୍ସପ୍ରେସ୍‌ୱେରେ ରାତି ପ୍ରାୟ ୧୨.୩୦ରେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇବାରୁ ମିନି-ବସ୍‌ କଣ୍ଟେନର୍‌ ଟ୍ରକ୍‌ ପଛରେ ଧକ୍କା ଖାଇଥିଲା। ମୃତ୍ୟୁବରଣ କରିଥିବା ୧୨ଜଣ ଯାତ୍ରୀଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ପୁରୁଷ, ୬ଜଣ ମହିଳା ଓ ଜଣେ ନାବାଳିକା ବୋଲି ସେ କହିଛନ୍ତି। ଆହତ ହୋଇଥିବା ଆଉ ୨୩ଜଣ ଯାତ୍ରୀ ସମ୍ପ୍ରତି ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Spread the love