ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିଲେ, ୨ ଗିରଫ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ସାଗଜୁରୀ ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ ସମୟରେ ନକଲି ବିଦେଶୀ ମଦ ଜବତ ହୋଇଛି। ଏଥି ସହ ଅବକାରୀ ବିଭାଗ ଦୁଇଜଣଙ୍କୁ ବୁଧବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଉକ୍ତ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ନକଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇଁ ଅବକାରୀ ଉପନିରୀକ୍ଷକ ସୁମିତ୍ରା ହେମ୍ବ୍ରମଙ୍କ ନେତୃତ୍ୱରେ ଉକ୍ତ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସେଠାରୁ ୩୬ ବୋତଲ ନକଲି ମଦ ବୋତଲ,୧୭୧ଟି ଠିପି ସମେତ ମଦରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ସୁନୀଲ କୁମାର ଭୋଇ ଏବଂ ସୁସେନ ଭୋଇଙ୍କୁ ଗିରଫ କରିଥିଲା ଅବକାରୀ ପୁଲିସ୍‌। ବୀରମହରାଜପୁର ଅବକାରୀ ଉପନିରୀକ୍ଷକ ସୁମିତ୍ରା ହେମ୍ବ୍ରମଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ପାର୍ବଣ ପାଇଁ ଚୋରା ମଦ କାରବାର କରି ଭଲ ରୋଜଗାର କରିବା ପାଇଁ ଏଭଳି ଦଳ ସକ୍ରିୟ ଅଛନ୍ତି। ଦେଶୀ ମଦରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ମିସାଇ ବୋତଲରେ ଭରି ସିଲ୍ କରି ଚଢା ଦରରେ ବିକ୍ରି କରିବା ଏମାନେ ଏହା ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି। ଅବକାରୀ ବିଭାଗ ୧୨୦/୨୩ ରେ ଏକ ମାମଲା ରୁଜ୍ଜୁ କରି ଉଭୟ ଅଭିଯୁକ୍ତ କୋର୍ଟ ଚାଲାଣ କରିଥିଲା ଅବକାରୀ ପୁଲିସ। ମାନ୍ୟବର କୋର୍ଟ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ନାମଞ୍ଜୁର କରିଦେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Spread the love