ପିପିଲି ଟୋଲ ପ୍ଲାଜ଼ାରେ ଗୁଳିମାଡ଼

ପିପିଲି ଟୋଲ ପ୍ଲାଜ଼ାରେ ଗୁଳିମାଡ଼ । କାରରେ ଭୁବନେଶ୍ୱରରୁ ପୁରୀକୁ ସାତ ଜଣ ବ୍ୟକ୍ତି ଯାଉଥିବା ବେଳେ ଟୋଲ କର୍ମଚାରୀଙ୍କ ସହିତ ବିବାଦ ହୋଇଥିଲା । ଦୁର୍ବୁତ୍ତଙ୍କ ଆକ୍ରମଣରେ ଟୋଲ କର୍ମଚାରୀ ଆହତ ହୋଇଛନ୍ତି । ଦୁଇ ରାଉଣ୍ଡ ବ୍ଲାଙ୍କ ଫାଇରିଙ୍ଗ କରିବା ସହିତ ଗୋଟିଏ ଖୋକା ଘଟଣା ସ୍ଥଳରେ ପକାଇ କାରରେ ଯୁବକ ମାନେ ଫେରାର ହୋଇଯାଇଛନ୍ତି । ଫାଇରିଙ୍ଗର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପିପିଲି ପୋଲିସ ପହଂଚି ତଦନ୍ତ କରୁଛି ।

Spread the love