ଦୁଇ ଛୁଆଙ୍କ ସହ ଟ୍ରେନରୁ ଡେଇଁ ମହିଳା ମୃତ, ଦୁଇ ପିଲା ସୁରକ୍ଷିତ

ଟିଟିଲାଗଡ : ଦୁଇ ଛୁଆଙ୍କ ସହ ଟ୍ରେନରୁ ଡେଇଁ ମହିଳା ମୃତ। ଦୁଇ ପିଲା ସୁରକ୍ଷିତ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ରେଲ ଷ୍ଟେସନରେ ଅଘଟଣ। ଷ୍ଟେସନରେ ଟ୍ରେନରୁ ଡେଇଁ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି। ଦେଓଗାଁ ଥାନା ଜରାସିଂହା ଗାଁର ଝରଣା ମହାନନ୍ଦ କୌଣସି କାମ ପାଇଁ ନିଜ ଦୁଇ ପିଲାଙ୍କ ସହ କୌଣସି କାମରେ ବଲାଙ୍ଗୀର ଯାଇଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ବଲାଙ୍ଗୀରରୁ ସେ ଏକ ଭୁଲ ଟ୍ରେନରେ ଚଢିଯାଇଥିଲେ।

ଏହା ଜାଣିବା ପରେ ବଡ଼ମାଳ ରେଲ ଷ୍ଟେସନରେ ଟ୍ରେନର ଗତି ଧିର ହେବାରୁ ସେ ନିଜର ଦୁଇ ପିଲାଙ୍କ ସହ ଟ୍ରେନରୁ ଡେଇଁ ପଡ଼ିଥିଲେ। ଏହି ସମୟରେ ସାମନାରୁ ଆସୁଥିବା ଟ୍ରେନ ତାଙ୍କୁ ପିଟି ଦେଇଥିଲା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଛୋଟ ପିଲା ସୁରକ୍ଷିତ ଅଛନ୍ତି।

Spread the love