ସମଗ୍ର ଭାରତରେ ସବୁଠୁ ଅଧିକ ଚାହିଦା ଥିବା ଟ୍ରେନ୍ ହୋଇପାରିଛି ବନ୍ଦେ ଭାରତ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ବନ୍ଦେ ଭାରତ ଟ୍ରେନ୍ ଯୁବବର୍ଗଙ୍କ ଆକାଂକ୍ଷାକୁ ପୂର୍ଣ୍ଣକରିବା ପାଇଁ ସର୍ବୋତ୍ତମ ଯାତ୍ରା ବିକଳ୍ପ ହୋଇପାରିଛି।

ପୂର୍ବତଟ ଅଞ୍ଚଳର ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ତଥ୍ୟ ଅନୁଯାୟୀ, ୨୫ରୁ ୫୦ ବର୍ଷ ବୟସରେ ଯୁବକ ଏବଂ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କିମ୍ବା ରୋଜଗାର ଶ୍ରେଣୀ ହାରାହାରି ୪୭.୬ ପ୍ରତିଶତ ଯାତ୍ରୀ ଏହି ବୟସ ବର୍ଗର ଅଟନ୍ତି ଯେଉଁମାନେ ବନ୍ଦେ ଭାରତ ଏକ୍ସପ୍ରେସକୁ ଅନ୍ୟ ଗମନା ଗମନ ମାଧ୍ୟମ ଅପେକ୍ଷା ଅଧିକ ପସନ୍ଦ କରୁଛନ୍ତି ।

ପୁରୀ-ହାଓଡ଼ା ଏବଂ ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ବୟସ ବର୍ଗର ଯାତ୍ରୀଙ୍କ ମଧ୍ୟରେ ଏହି ବୟସ ବର୍ଗ ଶ୍ରେଣୀ ସର୍ବାଧିକ ରହିଛନ୍ତି।

ପୂର୍ବତଟ ଅଞ୍ଚଳର ମହିଳା ଯାତ୍ରୀମାନେ ମଧ୍ୟ ଆରାମ, , ସୁରକ୍ଷା ଏବଂ ନିରାପତ୍ତା ଯାତ୍ରା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରିବା ପାଇଁ ନିଜର ସମାନତା ପ୍ରଦର୍ଶନ କରୁଛନ୍ତି।

Spread the love