ଜୁଆ ଆଡ୍ଡା ଉପରେ ଚଢ଼ଉ, ୬ ଜୁଆଡି ଗିରଫ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ଉ। ହିଞ୍ଜିଳି ଥାନା ଅଧୀନ ଆଙ୍କୋରଡ଼ା ଗ୍ରାମରେ ଜୁଆ ଖେଳ ଚାଲିଥିବା ପୋଲିସ ଖବର ପାଇଁ ଚଢାଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଛି।  ସେମାନଙ୍କ ନିକଟରୁ ନଗଦ ୧୩ ହଜାର ୪୦୦ ଟଙ୍କା,ମୋବାଇଲ ଫୋନ୍ ଓ ତାସ ଜବତ ହୋଇଥିବା ହିଞ୍ଜିଳି ଥାନା ପକ୍ଷରୁ ସୂଚନା ମିଳିଛି।

Spread the love