ଖସିଗଲା ଗୋଡ଼, ଋଷିକୁଲ୍ୟା ନଦୀରେ ବୁଡ଼ିଗଲେ ଡାକ୍ତରୀ ଛାତ୍ର

ଭଂଜନଗର: ଗୋଡ଼ ଖସିଯିବାରୁ ଜଣେ ଡାକ୍ତରୀ ଛାତ୍ର ଋଷିକୁଲ୍ୟା ନଦୀରେ ବୁଡ଼ିଯାଇଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ା ଋଷିକୁଲ୍ୟା ନଦୀର ବୁଡ଼ି ଏମକେସିଜିର ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛ। ମୃତ ଛାତ୍ର ହେଲେ ରାକେଶ କୁମାର ପାଢୀ।

ବ୍ରହ୍ମପୁର ଗୋଷଣିନୁଆଗାଁର ରାକେଶ କୁମାର ପାଢ଼ୀ ଆଜି ୩ ଜଣ ବନ୍ଧୁଙ୍କ ସହ ମିଶି ବୁଲିବା ପାଇଁ ସୋରଡ଼ା ଯାଇଥିଲେ। ସୋରଡ଼ା ଭଗବାନପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ହୁଳୁହୁଳା ଗଣ୍ଡ ନିକଟରେ ପିକନିକ୍ ସାରି ଗଣ୍ଡ ନିକଟରେ ବୁଲୁଥିଲେ। ଏହି ସମୟରେ ରାକେଶଙ୍କ ଗୋଡ ଖାଇଯାଇଥିଲା। ବହୁ ସମୟ ଖୋଜିବା ପରେ ତାଙ୍କ ମୃତ ଦେହ ଗଣ୍ଡ ଭିତରୁ ମିଳିଥିଲା। ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରି ଉଦ୍ଧାର କରିଥିଲେ। ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love