ଦୁର୍ନୀତି କରୁଥିବା କଂଗ୍ରେସର ଲଙ୍କା ଗଦାରେ ଧ୍ବଂସ କରିଦେବି: ଶିବରାଜ ସିଂହ ଚୌହାନ

ଗୁନା: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ଦଳର ନେତା ଖୁବ ଜୋରସୋରରେ ପ୍ରଚାର କରିବା ଆରମ୍ଭ କରିଛନ୍ତି। ସମସ୍ତେ ନିଜ ନିଜର ଦଳକୁ ଭଲ ଦେଖାଇବା ପାଇଁ ପ୍ରୟାସ କରୁଛନ୍ତି। ପରସ୍ପର ବିରୋଧରେ ଅନେକ ଅଭିଯୋଗ ଆଣିବା ସହ କିଏ କେତେ ଦୁର୍ନୀତି କରିଛି ତାହା ନେତାମାନେ କହିବା ଆରମ୍ଭ କରିଛନ୍ତି। ଏମଧ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବର୍ତ୍ତମାନ କଂଗ୍ରେସର ଲଙ୍କାକୁ ଧ୍ୱଂସ କରିବା କଥା କହିଛନ୍ତି। ଶିବରାଜ କହିଛନ୍ତି ଯେ ସେ ହନୁମାନ ହୋଇ କଂଗ୍ରେସର ଲଙ୍କାକୁ ଧ୍ୱଂସ କରିବେ।

କୁମ୍ଭରାଜରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଯୋଗ ଦେଇ ଶିବରାଜ ସିଂ କହିଛନ୍ତି ଯେ ମୋଦୀଙ୍କୁ ସମର୍ଥନର ବନ୍ୟା ଦେଖିବା ପରେ INDIA ମେଣ୍ଟ ଗଠନ କରାଯାଇଛି। ଏହା କି ପ୍ରକାର ମେଣ୍ଟ? କଂଗ୍ରେସ ଅତି ଅଜବ କାମ କରୁଛି। କମଲ ନାଥ କହୁଛନ୍ତି ଯେ ଏହା ହେଉଛି ମଧ୍ୟପ୍ରଦେଶର ଭବିଷ୍ୟତ ପାଇଁ ନିର୍ବାଚନ। କିନ୍ତୁ, ମଧ୍ୟପ୍ରଦେଶରେ ନିର୍ବାଚନକୁ କଂଗ୍ରେସ ପୁଅମାନଙ୍କ ଭବିଷ୍ୟତ ସୁଧାରିବାର ନିର୍ବାଚନ କରିସାରିଛି। ଜଣେ ରାଘୋଗଡରୁ ପୁଅର ଭବିଷ୍ୟତ ତିଆରି କରିବାରେ ବ୍ୟସ୍ତ ଥିବାବେଳେ କମଲ ନାଥ ଛିନ୍ଦୱାଡାରୁ ତାଙ୍କ ପୁଅର ଭବିଷ୍ୟତକୁ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଉଭୟ ନିଜ ପୁଅର ଭବିଷ୍ୟତ ଗଠନ କରୁଛନ୍ତି। ମୁଁ ମଧ୍ୟପ୍ରଦେଶରେ ସରକାର ନୁହେଁ ପରିବାର ତିଆରି କରିଛି। କଥା ଦେଉଛି, ଦୁର୍ନୀତି କରୁଥିବା କଂଗ୍ରେସର ଲଙ୍କାକୁ ହନୁମାନ ହୋଇ ଗଦାରେ ଧ୍ବସଂ କରିଦେବି।

Spread the love