ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ: ଚିନ୍ତିତ ହୁଅନ୍ତୁ ନି

ଭୁବନେଶ୍ୱର:  ଏକ ଭିନ୍ନ ଶବ୍ଦ ଏବଂ କମ୍ପନ ସହିତ ଥରି ଉଠୁଛି ଫୋନ୍ । ଫୋନରେ ବାଜୁଛି ବିପର୍ଯ୍ୟୟ ଆଲାରାମ୍ ।  ଜରୁରୀକାଳୀନ ପରିସ୍ଥିତି ବିଷୟରେ ଆପଣ ନିଜ ମୋବାଇଲରେ ଏକ ମେସେଜ୍ ଗ୍ରହଣ କରିପାରନ୍ତି । ଦୟାକରି ଭୟଭୀତ ହୁଅନ୍ତୁ ନାହିଁ । ଏହି ମେସେଜ୍ ପ୍ରକୃତରେ କୌଣସି ଜରୁରୀକାଳୀନ ପରିସ୍ଥିତି ବିଷୟରେ ସୂଚନା ଦିଏ ନାହିଁ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଜରୁରୀକାଳିନ ଆଲର୍ଟ ସିଷ୍ଟମ ପରୀକ୍ଷା କରିବାକୁ ଏହି ବାର୍ତ୍ତା ପଠାଯାଇଛି ।

ଜନସାଧାରଣଙ୍କ ସୁରକ୍ଷା ବଢାଇବାକୁ ଏବଂ ସମୟ ପୂର୍ବରୁ ଲୋକଙ୍କୁ ବିପଦ ସମ୍ବନ୍ଧରେ ସତର୍କ କରାଇବା ଦିଗରେ ଏହା ଅନେକ ଫଳପ୍ରଦ ହେବ । ବନ୍ୟା, ବାତ୍ୟା, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ନାଗରିକଙ୍କୁ ସିଧାସଳଖ ଅବଗତ କରାଇପାରିବେ କେନ୍ଦ୍ର ସରକାର । ଯାହା ଦେଶବାସୀଙ୍କ ସୁରକ୍ଷାକୁ ଆହୁରି ପାଦେ ଆଗକୁ ନେଇଯିବ । ତେବେ ଏହି ପ୍ରସଙ୍ଗରେ ଅପରାହ୍ନ ୩ଟାରେ ଟେଲିକମ୍ ବିଭାଗ ଏକ ପ୍ରେସମିଟ୍ କରି ବିଶେଷ ସୂଚନା ଦେବ ।

Spread the love