ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ, ଟ୍ବିନସିଟିରେ ବ୍ୟାପକ ବ୍ୟବସ୍ଥା

ସରିଲା ଦଶହରା । ପୁଣି ଆର ବର୍ଷକୁ ଅପେକ୍ଷା । ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ । ଏଥିପାଇଁ ଟ୍ବିନସିଟିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଟକ ସହରରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଭସାଣ ଉତ୍ସବ। ଗତକାଲି ରାତିରୁ ଘରୋଇ ଭାବେ ପୂଜା କରାଯାଉ ଥିବା ମେଢ଼ ଗୁଡିକୁ ମଧ୍ୟ ରୁ କିଛି ବିସର୍ଜିତ ହୋଇଛି।

ସେପଟେ ମାଙ୍କ ବିସର୍ଜନ ପାଇଁ କଟକ ଦେବୀ ଗଡାରେ ୩ ଟି ଅସ୍ଥାୟୀ ପୁଷ୍କରିଣୀର ବ୍ୟବସ୍ଥା ହୋଇଛି। ସହରରେ ଚଳିତ ବର୍ଷ ୧୭୦ ରୁ ଅଧିକ ପୂଜା ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିଲା। କଟକ ସହରରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭସାଣି ଉତ୍ସବ। ବାଦ୍ୟ ଯନ୍ତ୍ର ଓ ଘଣ୍ଟ ଘଣ୍ଟା ରେ ପ୍ରକମ୍ପିତ ହେଉଛି ପରିବେଶ। ଶୋଭାଯାତ୍ରାରେ ମାଆଙ୍କୁ ବିଦାୟ ଦେଉଛନ୍ତି ଟ୍ବିନସିଟିବାସୀ।
Spread the love