ବିଶିଷ୍ଟ ସାହିତ୍ୟିକ ଭୀମ ପୃଷ୍ଟି ପାଇଲେ ଶାରଳା ପୁରସ୍କାର

ନିତିଦିନିଆ କାହାଣୀ ଭିତରେ ଜଣେ ବ୍ୟତିକ୍ରମ ଚରିତ୍ରକୁ ଖୋଜିବାକୁ ଘୁରିବୁଲେ ସ୍ରଷ୍ଟା ବା ଲେଖକ। ଯଦି ଏହା କାଳ୍ପନିକ ହୋଇଥାଏ ସେମାନଙ୍କ ଭିତରେ କିନ୍ତୁ କାହାଣୀକୁ ଖୋଜିବୁଲେ ଲେଖକ ବା ସ୍ରଷ୍ଟା। ୪୩ ବର୍ଷ ଲମ୍ବା ସାହିତ୍ୟ ସାଧନାରେ ଏହା ତାଙ୍କର ନିଜସ୍ୱ ଅନୁଭବ ବୋଲି ମତ ରଖିଛନ୍ତି ବିଶିଷ୍ଟ ସାହିତ୍ୟିକ ତଥା ୪୪ ତମ ଶାରଳା ପୁରସ୍କାର ବିଜେତା ଭୀମ ପୃଷ୍ଟି। ତାଙ୍କ ଲିଖିତ ଉପନ୍ୟାସ ଜମ୍ବୁଲୋକ ପାଇଁ ତାଙ୍କୁ ମିଳିଛି ଏହି ସମ୍ମାନଜନକ ଶାରଳା ପୁରସ୍କାର। ପୁରସ୍କାର ବାବଦରେ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ସହିତ ଉପଢୋକନ ଓ ମାନପତ୍ର ପ୍ରଦାନ କରାଯାଇଛି।

ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଛି ଏହି ସମ୍ମାନଜନକ ପୁରସ୍କାର ଉତ୍ସବ। ଏହି ଅବସରରେ ଅନ୍ୟ ଦୁଇଜଣ ସାଧକ ବିଶିଷ୍ଟ ବଂଶିବାଦକ ମୋହିନୀ ମୋହନ ପଟ୍ଟନାୟକ ଏବଂ ପଟ୍ଟଚିତ୍ର ଶିଳ୍ପୀ ଗୁରୁ ବେଣୁଧର ମହାପାତ୍ରଙ୍କୁ ମଧ୍ୟ ଇଲା ବଂଶୀଧର କଳା ସମ୍ମାନରେ ସମ୍ମାନିତ କରାଯାଇଛି। ଉଭୟଙ୍କୁ ପୁରସ୍କାର ଆକାରରେ୨ ଲକ୍ଷ ନଗଦ ଅର୍ଥ ରାଶି ସହ ଉପଢାକନ ଓ ମାନପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମୋହିନୀ ମୋହନ ପଟ୍ଟନାୟକ କହିଛନ୍ତି ଜଣେ କଳାକାର ପାଇଁ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ଅନେକ ମହତ୍ତ୍ଵ ବହନ କରେ । ଏଣୁ ଏ ପୁରସ୍କାର ପାଇ ସେ ଗୌରବାନିତ। ସେହିଭଳି ଅନ୍ୟ ଜଣେ ପୁରସ୍କୃତ ବିକ୍ତିତ୍ଵ ପଟ୍ଟଚିତ୍ର ଶିଳ୍ପୀ ଗୁରୁ ବେଣୁଧର ମହାପାତ୍ର ମଧ୍ୟ ଏହି ପୁରସ୍କାର ପାଇ ବହୁ ଖୁସି ଥିବା ବ୍ୟକ୍ତ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ମରାଠୀ ଲେଖକ ଡଃ ଜ୍ଞାନେଶ୍ୱର ମୁଲେ।ସୂଚନା ଯୋଗ୍ୟ ଯେ ସାହିତ୍ୟ ଓ ସାଧନାରେ ପ୍ରୋତ୍ସାହିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ୪୪ ବର୍ଷ ଧରି କରିଆସୁଛି ଇମ୍ପାକ୍ଟ ଇମ୍ଫା ।

Spread the love