ଭଗବାନ ଶିବ ବିଷ୍ଣୁଙ୍କ ଅବତାର ନରସିଂହଙ୍କୁ କାହିଁକି ବଧ କରିଥିଲେ ଜାଣିଛନ୍ତି କି?

ଭଗବାନ ଶିବ ଯେତିକିି ଅବତାର ନେଇଛନ୍ତି ତାଠାରୁ ଅଧିକ ଅବତାର ନେଇଛନ୍ତି ଭଗବାନ ଶ୍ରୀକୃଷ୍ଣ। ନିଜର ପ୍ରତ୍ୟେକ ଅବତାର ନେବା ପଛରେ ଏମାନଙ୍କ ସହ ଜଡ଼ିତ କିଛି ରହସ୍ୟ ଲୁଚି ରହିଥାଏ। ନିର୍ଦ୍ଦିଷ୍ଟ କାରଣ ପାଇଁ ଭଗବାନ ନୂଆ ନୂଆ ଅବତାର ନେଇ ସଂସାରର ଉଦ୍ଧାର କରିଥାନ୍ତି। ଆଜି ଆମେ ଯେଉଁ ଅବତାର ବିଷୟରେ କହିବୁ ତାହା ଦୁଇ ଦେବତାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନିର୍ଦ୍ଦେଶୀତ କରିଥାଏ।ଆପଣ ମାନେ ଭଗବାନ ବିଷ୍ଣୁଙ୍କର ନରସିଂହ ଅବାତର ସମ୍ପର୍କରେ ତ ଶୁଣିଥିବେ। ଆଉ ଏହି ସମୟରେ ଭଗବାନ ଶିବଙ୍କ ସହିତ ନରସିଂହ ଙ୍କ ଲଢ଼େଇ ହୋଇଥିଲା । ଏକଥା ଆପଣ ଜାଣିଛନ୍ତି କି? ଆଉ ଏହା ହେବା ପଛରେ କାରଣ କଣ ରହିଛି ? ସନାତନ ଧର୍ମର ଇତିହାସରେ ଯେବେ ବି ଅଧର୍ମ , କ୍ରୁରତା, ହିଂସା ଭାବ ବଢ଼ିବାକୁ ଲାଗେ ସେତେବେଳେ ତାହାର ବିନାଶ କରିବା ପାଇଁ ଭଗବାନ ସ୍ୱୟଂ ଅବତାର ନେଇଥାନ୍ତି। ତାହାର ଧ୍ୱଂସ କରିବା ପାଇଁ..

ସୃଷ୍ଟିର ପାଳନକର୍ତ୍ତା ବିଷ୍ଣୁ ବିଭିନ୍ନ ଯୁଗରେ ଭିନ୍ନ ଭିନ୍ନ ଅବତାର ନେଇଥିଲେ। ସଂସାରରେ ଅଧର୍ମର ବିନାଶ କରିଥିଲେ। ସତ୍ୟଯୁଗରେ ପ୍ରଭୁ ନଂରସିହ ଅବତାର ନେଇଥିଲେ। ନିଜ ଭକ୍ତ ପ୍ରହଲ୍ଳାଦ ପାଇଁ..ଅସୁରରାଜ ହିରଣ୍ୟକଶ୍ୟପଙ୍କ ବଦ୍ଧ ପାଇଁ..ଏହା ବ୍ୟତିତ ଭଗବାନ ଶ୍ରୀକୃଷ୍ଣ ଅନେକ ଅବତାର ନେଇଥିଲେ। ପାପି ମାନଙ୍କର ବିନାଶ କରିଥିଲେ । ତେବେ ଆଜି ଆମେ ପ୍ରଭୁ ନଂରସିହଙ୍କ ବିଷୟରେ କହିବୁ। ସେ ହିରଣ୍ୟକଶ୍ୟପଙ୍କୁ ମାରିବା ପରେ କୁଆଡେ ଚାଲିଯାଇଥିଲେ? କଣ ସେ ସେବେଠୁ ବ୍ରହ୍ମାଣ୍ଡରେ ବିଚରଣ କରୁଛନ୍ତି କି ? ନା ଅଦୃଶ୍ୟ ହୋଇଗଲେ? ନା ତାଙ୍କର ବଧ କରାଗଲା ?

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ହିରଣ୍ୟକଶ୍ୟପଙ୍କର ଭଗବାନ ଶିବଙ୍କ ସହ ଯୁଦ୍ଧ ହୋଇଥିଲା। କାହିଁକି ଜାଣନ୍ତୁ.. ସତ୍ୟଯୁଗରେ ହିରଣ୍ୟକାଶ୍ୟପ ନାମକ ରାକ୍ଷସ ଥିଲା। ତାକୁ ବରଦାନ ମିଳିଥିଲା ଯେ ନା ତାକୁ କିଏ ମଣିଷ ମାରିପାରିବ ନା ହିଁ କେହି ପଶୁ। ନା ତାକୁ ଦିନରେ ମାରିପାରିବେ ନା ହିଁ ରାତିରେ .. ନା ଘର ଭିତରେ ମାରିପାରିବେ ନା ଘର ବାହାରେ। କେବଳ ଏତିକି ନୁହେଁ ବରଂ ତାଙ୍କୁ କୌଣସି ଅସ୍ତ୍ରଶସ୍ତ୍ରରେ ମଧ୍ୟ ମାରିହେବ ନାହିଁ।

ଏହି ବରଦାନ ପାଇବା ପରେ ସେ ବହୁତ ଅହଂକାରୀ ହୋଇଯାଇଥିଲେ। କାରଣ ତାଙ୍କୁ କେହି ବି ମାରିପାରିବେ ନାହିଁ। ଏମିତିରେ ସେ ନିଜକୁ ଭଗବାନ ଭାବିନେଲେ। ।ସେ କହୁଥିଲେ ତାଙ୍କ ପ୍ରଜା ବିଷ୍ଣୁଙ୍କର ନୁହେଁ ବରଂ ତାଙ୍କର ପୂଜା କରନ୍ତୁ। କିନ୍ତୁ ତାଙ୍କ ନିଜ ପୁତ୍ର ବୀଷ୍ଣୁଙ୍କର ବଡ଼ ଭକ୍ତ ଥିଲେ। ସେ ହେଉଛନ୍ତି ଭକ୍ତ ପ୍ରହଲ୍ଲାଦ। ଏହାକୁ ଜାଣିବା ପରେ ପିତା ହୋଇ ନିଜ ପୁତ୍ରକୁ ମାରିବା ପାାଇଁ ଶତ ଚେଷ୍ଟା କରିଥିଲେ। ଶେଷରେ ନିଜର ଭଉଣୀ ହୋଲିକାଙ୍କୁ କହିଲେ ପ୍ରହଲ୍ଲାଦଙ୍କୁ ନେଇ ନିଆଁରେ ବସିବା ପାଇଁ..କିନ୍ତୁ ଭଗବାନ ବିଷ୍ଣୁ ନିଜ ଭକ୍ତକୁ ବଞ୍ଚାଇଥିଲେ। କିନ୍ତୁ ହୋଲିକା ସେହି ନିଆଁରେ ଜଳିଗଲେ। ତେବେ ହିରଣ୍ୟକଶ୍ୟପଙ୍କ ଏହି ଭ୍ରମକୁ ଭାଙ୍ଗିବା ସହ ସେ କରୁଥିବା ଅନ୍ୟାୟକୁ ରୋକିବା ପାଇଁ ଭଗବାନ ବିିଷ୍ଣୁ ନଂରସିହ ଅବତାର ନେଇଥିଲେ। ତାର ଶେଷରେ ବଦ୍ଧ କରିଥିଲେ। ସନ୍ଧ୍ୟା ସମୟରେ ପ୍ରକଟ ହୋଇ ନିଜ ଗୋଡ଼ରେ ବସାଇ ହିରଣ୍ୟକଶ୍ୟପଙ୍କ ଛାତି ଚିରି ତାଙ୍କ ବଧ କରିଥିେଏ।

କିନ୍ତୁ ଏହାପରେ ବି ଭଗବାନ ନଂରସିହଙ୍କକ୍ରୋଧ କମିଲା ନାହିଁ। ତାଙ୍କ କ୍ରୋଧରେ ସମ୍ପୁର୍ଣ୍ଣ ବ୍ରହ୍ମାଣ୍ଡ ଜଳି ନଷ୍ଟ ହୋଇଯାଉଥିଲା। ଏମିତିରେ ସମସ୍ତ ଦେବ ମହାଦେବଙ୍କୁ ଯାଇ ସ୍ମରଣ କଲେ। ଆଉ କିଛି ଉପାୟ ବାହାର କରିବା ପାଇଁ କହିଲେ । ପରେ ଶିବ ପ୍ରଥମେ ବୀରଭଦ୍ରଙ୍କୁ ପଠାଇଥିଲେ କିନ୍ତୁ ସେ ହାରିଯିବା କାରଣରୁ ଭଗବାନ ଶିବ ସ୍ୱୟଂ ସର୍ବେଶ୍ୱର ରୂପ ନେଲେ। ଆଉ ନଂରସିହଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ ଚେଷ୍ଟା କଲେ । ଦୀର୍ଘ ୧୮ ଦିନ ପର୍ଯ୍ୟନ୍ତତ ।ଙ୍କର ଯୁଦ୍ଧ ହେଲା। ଶେଷର ନରଂସିହଦେବଙ୍କ କ୍ରୋଧ ଶାନ୍ତ ହେବା ପରେ ଜାଣିଲେ ଭଗବାନ ଶିବ କେବଳ ତାଙ୍କ ରାଗ ଶାନ୍ତ ପାଇଁ ଏପରି ରୂପ ଧାରଣ କରିଥିଲେ।

Spread the love