ପଣସ ଖାଇବା ପରେ କେଉଁ ଜିନିଷ ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍‌ ନୁହେଁ, ଜାଣନ୍ତୁ ଏହାକୁ ଖାଇବା ଦ୍ୱାରା କଣ କ୍ଷତି ହୋଇଥାଏ

ଆପଣମାନେ ତ ଅନେକ ପ୍ରକାରର ପନିପରିବା ଖାଇଥିବେ । ହେଲେ କଞ୍ଚା ପଣସ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଓ ପୁଷ୍ଟିକର ହୋଇଥାଏ । ତେବେ ଆପଣମାନେ ଜାଣିଛନ୍ତି କି କିଛି ସ୍ଥାନରେ ଲୋକମାନେ ପାଚିଲା ପଣସ ସହ କଞ୍ଚା ପଣସ ମଧ୍ୟ ଖାଇବା ପାଇଁ ଭଲ ପାଇଥାନ୍ତି । କାରଣ ପଣସରେ ପୋଟାସିୟମ୍‌, ଆଇରନ୍‌, କ୍ୟାଲସିୟମ୍‌,ଜିଙ୍କ, ଭିଟାମିନ୍‌ – A ଓ ଭିଟାମିନ୍‌ – C ଭଳି ଅନେକ ଜିନିଷ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେବେ ଆପଣମାନେ ଏହା ଜାଣିଛନ୍ତି କି ପଣସ ଖାଇବା ପରେ କିଛି ଜିନିଷ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । କାରଣ ପଣସରେ ଅକ୍ସାଲେଟ୍‌ ନାମକ ରାସାୟନିକ ପଦାର୍ଥ ଯାହା କଞ୍ଚା ଫଳରେ ମିଳିଥାଏ । ଅକ୍ସାଲେଟ୍‌ କିଛି ଖାଦ୍ୟ ସାମଗ୍ରୀ ସହ ମିଶି ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ପଣସ ଖାଇବା ପରେ କେଉଁ କେଉଁ ଜିନିଷ ଖାଇବେ ନାହିଁ ଓ ଏହାକୁ ଖାଇବା ଦ୍ୱାରା ଶରୀରରେ କଣ କ୍ଷତି ହୋଇଥାଏ ।

ଅମୃତଭଣ୍ଡା :

ପଣସ ଖାଇବା ପରେ କେବେ ହେଲେ ମଧ୍ୟ ଅମୃତଭଣ୍ଡା ଖାଆନ୍ତୁ ନାହିଁ । କାରଣ ପଣସରେ ଅକ୍ସାଲେଟ୍‌ ନାମକ ରାସାୟନିକ ପଦାର୍ଥ ମିଳିଥାଏ । ଅକ୍ସାଲେଟ୍‌ ଅମୃତଭଣ୍ଡାରେ ଥିବା କ୍ୟାଲସିୟମ୍‌ ସହ ମିଶି ରିଆକ୍ସନ କରାଇଥାଏ। ଏହା କ୍ୟାଲସିୟମ୍‌ର ଅବଶୋଷଣ କ୍ଷମତାକୁ କମ କରିଥାଏ । ଯାହା ଆପଣଙ୍କ ହାଡ ପାଇଁ କ୍ଷତିକାରକ ହୋଇପାରେ । ସେଥିପାଇଁ ପଣସ ଖାଇବା ପରେ ପ୍ରାୟ ୨ ରୁ ୩ ଘଣ୍ଟା ପରେ ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଉଚିତ ହୋଇଥାଏ ।

ପାନ :
ବହୁତ ଲୋକ ଅଛନ୍ତି ଯେଉଁମାନେ ଖାଇବା ପରେ ପାନ ଖାଇବା ପାଇଁ ପସନ୍ଦ କରିଥାନ୍ତି । ପାନ ଖାଇବା ପେଟ ପାଇଁ ଠିକ୍‌ ହୋଇଥାଏ । ହେଲେ ପଣସ ଖାଇବା ପରେ ପାନ ଖାଇବା ଆପଣଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ । ପଣସରେ ଥିବା ଅକ୍ସାଲେଟ୍‌ ପାନ ସହ ମିଶି ରିଆକ୍ସନ ସୃଷ୍ଟି କରିପାରେ । ସେଥିପାଇଁ ପଣସ ଖାଇବା ପରେ ପ୍ରାୟତଃ ୨ ରୁ ୩ ଘଣ୍ଟା ପରେ ପାନ ଖାଇପାରିବେ ।

ଭେଣ୍ଡି :
ପଣସ ସହ ଭେଣ୍ଡି ମିଶାଇ ଖାଇବା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ । କାରଣ ଭେଣ୍ଡି ଓ ପଣସରେ ଏପରି କିଛି ଜିନିଷ ମିଳିଥାଏ, ଯାହା ଏକା ସହ ମିଶିବା ପରେ ତ୍ୱଚାରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ । ଭେଣ୍ଡିରେ ଥିବା କିଛି ପଦାର୍ଥ ପଣସରେ ମିଳୁଥିବର ଅକ୍ସାଲେଟ୍‌ ସହ ମିଶି ରିଆକ୍ସନ କରିପାରେ । ଯାହାଫଳରେ ତ୍ୱଚା ପୋଡିବା ଓ କୁଣ୍ଡାଇ ହେବା ଭଳି ସମସ୍ୟା ହୋଇପାରେ । ସେଥିପାଇଁ ପଣସ ଖାଇବା ପରେ ଭେଣ୍ଡି ଖାଇବା ଠିକ୍‌ ନୁହେଁ ।

କ୍ଷୀର :
ପଣସ ଖାଇବା ପରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏପରି କରିବା ଦ୍ୱାରା ତ୍ୱଚାରେ ଧଳା ଦାଗ ହେବା ସହ ଅନ୍ୟ ସମସ୍ୟା ମଧ୍ୟ ହୋଇପାରେ । କାରଣ ପଣସରେ ଥିବା ଅକ୍ସାଲେଟ୍‌ କ୍ଷୀରରେ ମିଶିବା ପରେ ରିଆକ୍ସନ ହୋଇପାରେ । ସେଥିପାଇଁ ପଣସ ଖାଇବା ପରେ କ୍ଷୀର ପିଇବା ଉଚିତ୍‌ ନୁହେଁ । ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।

Spread the love