ଭୁବନେଶ୍ୱରରେ ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭୁବନେଶ୍ୱରରେ ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଏହି ପବିତ୍ର କଳସକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ୍ ।  ‘ମୋ ମାଟି ମୋ ଦେଶ’ ଅଭିଯାନରେ ଜଡ଼ିତ ବ୍ୟକ୍ତିମାନଙ୍କୁ ନୂଆଦିଲ୍ଲୀ ଯିବା ପାଇଁ ସୁବିଧା ପ୍ରଦାନ କରିଛି ଏହି ସ୍ୱତନ୍ତ୍ର ଟ୍ରେନ। ଆସନ୍ତାକାଲି ଅପରାହ୍ଣ ସାଢ଼େ ୨ଟାରେ ଏହା ନୂଆଦିଲ୍ଲୀରେ ପହଞ୍ଚିବ।ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୋ ମାଟି ମୋ ଦେଶ ଅଭିଯାନରେ ଓଡ଼ିଶାର ଅନେକ ଗାଁରୁ ସଂଗୃହୀତ ପବିତ୍ର ମାଟି କଳସକୁ ସ୍ୱାଗତ କରାଯାଇଥିଲା କେନ୍ଦ୍ରମନ୍ତ୍ରୀ, ସାଂସଦ, ବରିଷ୍ଠ ବିଜେପି ନେତା ଓ କର୍ମୀ ରାଜ୍ୟର ବିଭିନ୍ନ ଗାଁରୁ ସଂଗୃହିତ ହୋଇଥିବା ମାଟିକୁ ଧରି ଶୋଭାଯାତ୍ରା କରିଛନ୍ତି ।

Spread the love