ପାର୍ବଣ ବଜାରରେ ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର

ପାର୍ବଣ ବଜାରରେ ହୁହୁ ହୋଇ ବଢ଼ିଚାଲିଛି ପିଆଜ ଦର। ବଜାରରେ 60 ତଳକୁ ଆଉ ପିଆଜ ମିଳୁନ। କିଛି ଦିନ ତଳେ ପିଆଜ କିଲୋ ପିଛା 20ରୁ 25 ଟଙ୍କାରେ ମିଳୁଥିବା ବେଳେ ମାତ୍ର କେଇଟା ଦିନରେ ଅଧାରୁ ବି ଅଧିକ ବଢିଲାଣି ଦର। ଯାହା ଖାଉଟିଙ୍କ ପକେଟ ଉପରେ ପକାଉଛି ସିଧା ସଳଖ ପ୍ରଭାବ।  ଓଡ଼ିଶା ପିଆଜ ପାଇଁ ନାସିକ ଉପରେ ନିର୍ଭର କରୁଥିବା ବେଳେ ପାଖାପାଖି 60 ପ୍ରତିଶତ ପିଆଜ ନାସିକରୁ ହିଁ ଆସେ। ହେଲେ ଏବେ ବର୍ଷା କାରଣରୁ ନୂଆ ପିଆଜ ଆସି ପାରୁନାହଁ।

ସେହିପରି ଗୋଟିଏ ପଟେ ପରିବା ଦର ଉଚ୍ଚା ଅନ୍ୟପଟେ ବର୍ଦ୍ଧିତ ପିଆଜ ଦର ପୁଣି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଆବଶ୍ୟକତା ଠାରୁ କମ୍ ପରିମାଣର ପିଆଜ ନେଇ କାମ ଚାଳାଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଯାହାକୁ ନେଇ ଦେଖା ଦେଇଛି ଗଭୀର ଅସନ୍ତୋଷ। ବଜାରରେ କିଏ କେତେ ବିକିଲା କିଏ କେତେ କିଣିଲା ତାହା ଦେଖିବାକୁ କେହିନାହାଁନ୍ତି।  ସେଥିପାଇଁ କିଛି ବ୍ୟବସାୟୀ ଜାଣିଶୁଣି ଅଧିକ ପିଆଜ ମହଜୁଦ କରି ଦର ବଢାଉଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ସଂଘ। ନଭେମ୍ବର ମାସ ଶେଷ ସୁଦ୍ଧା ବଜାରକୁ ନୂଆ ପିଆଜ ଆସିଲେ ଯାଇ ଦର ହ୍ରାସ ପାଇବାର ସମ୍ଭାବନା ଥିବା ସେ କହିଛନ୍ତି।

Spread the love