JCB ଓ ସ୍କୁଲ ବସ୍‌ ର ରଙ୍ଗ ହଳଦିଆ କାହିଁକି? କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରତିଦିନ ଆମେ ଏମିତି ଅନେକ ଜିନିଷ ଦେଖିଥାଉ ଯାହା ପଛରେ ଥିବା କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିନଥାଉ। ରାସ୍ତାରେ ଯାଉଥିବା ଗାଡ଼ି ହେଉ କିମ୍ବା ଗାଡ଼ି ଚଲାଇବା ପାଇଁ ନିୟମ। ସବୁ ପଛରେ କିଛି ନା କିଛି କାରଣ ଥାଏ। ଆମେ ଆଜି ଏମିତି କିଛି ଜିନିଷ ପଛରେ ଥିବା କାରଣ ସମ୍ପର୍କରେ କହିବୁ ଯାହାକୁ ଆପଣ କେବେ ବି ଭାବିନଥିବେ।

ଦୈନନ୍ଦିନ ଜୀବନରେ ଆପଣ କେତେ କଣ ଜିନିଷ ଦେଖନ୍ତି। ଏମିତି ଅନେକ ଜିନିଷ ରହିଛି ଯାହା ପରସ୍ପରଠୁ ଅଲଗା ହୋଇଥାଏ। କିନ୍ତୁ ଆମେ ତାକୁ ପ୍ରତିଦିନ ଦେଖୁଥିବାରୁ ଏଥିରେ କିଛି ଖାସ ନଜର ଆସିନଥାଏ। କିନ୍ତୁ କିଛି ଜଣ ଏସବୁ ଜିନିଷ ଲକ୍ଷ୍ୟ କରନ୍ତି। ଆଉ ତାର କାରଣ ବି ଜାଣିବାକୁ ଇଚ୍ଛା ରଖନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ଗୋଟିଏ ପ୍ରଶ୍ନ ଘୁରି ବୁଲୁଛି। ଜେସିବି ମେସିନ ର ହଳଦିଆ କାହିଁକି ?

ଆପଣ ଅନେକ ଥର ଜେସିବି ଦେଖିଥିବେ। କିଛି ଦିନ ଆଗରୁ ଜେସିବି ଖୋଳିବାର ଏକ ଭିଡ଼ିଓ ଭାଇରାଲ ହେଉଥିଲା। ଏହାକୁ ଦେଖିବା ପରେ ଅନେକ ଜଣ ସର୍ଚ୍ଚ କଲେ ଯେ ଏହା କାହିଁକି ହଳଦିଆ ହୋଇଥାଏ? କଣ ଆପଣଙ୍କ ମନରେ ବି ଏମିତି ପ୍ରଶ୍ନ ଉଠିଛି ? ଅନେକ ଲୋକ ଏହାକୁ ନେଇ ପ୍ରଶ୍ନ କରିଛନ୍ତି। ଆପଣ ଏହାର ଉତ୍ତର ଜାଣିଛନ୍ତି କି? ଯଦି ନାହିଁ ତେବେ ଆମେ ଆପଣଙ୍କୁ ଏହାର ଉତ୍ତର ଆଜି ଦେବୁ। ଏହା ସହ କହିବୁ ସ୍କୁଲ ବସ୍‌ ର ରଙ୍ଗ ବି କାହିଁକି ହଳଦିଆ ହୋଇଥାଏ ?

ପ୍ରକୃତରେ ହଳଦିଆ ରଙ୍ଗ ଦୂରରୁ ନଜର ଆସିଥାଏ। ଏହି କାରଣରୁ ସ୍କୁଲ ବସର ରଙ୍ଗ ହଳଦିଆ ହୋଇଥାଏ। ସ୍କୁଲ ବସ ଛୁଆଙ୍କୁ ନେଇ ଯାଇଥାଏ। ଯେମିତି ଅନ୍ୟ କୌଣସି ଗାଡ଼ି ଏହାକୁ ଟକ୍କର ମାରିବ ନାହିଁ ଆଉ ଏହା ଦୂରରୁ ଜଣାପଡ଼ିବ ସେଥିପାଇଁ ଏହାର ରଙ୍ଗ ହଳଦିଆ ହୋଇଛି। ଦିନ ହେଉ ଅବା ରାତି ଜେସିବି ଓ ସ୍କୁଲ ବସ୍‌ ଦୂରରୁ ଦେଖାଦେଇଥାଏ। ତେଣୁ ଏହା ହଳଦିଆ ରଙ୍ଗର ହୋଇଥାଏ।

Spread the love