ଜାନୁଆରି ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ: ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ୫-ଟି
ଭୁବନେଶ୍ବର: ନୂଆବର୍ଷରେ ବହୁ ପ୍ରତୀକ୍ଷିତ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ପୂର୍ବରୁ ଏହାର ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍। ସେ କଟକ ତ୍ରିଶୂଳିଆ ଛକରେ ମେଟ୍ରୋ ରେଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ସମୟରେ ବିଭିନ୍ନ ବିଭାଗ ଏବଂ ଏଜେନ୍ସି ଦ୍ୱାରା ଅଗ୍ରଗତି ନେଇ ପ୍ରସ୍ତୁତି କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚାରି ବର୍ଷ କାର୍ଯ୍ୟସୂଚୀ ମଧ୍ୟରେ ପ୍ରକଳ୍ପର ଠିକ ସମୟରେ ସମାପ୍ତ ହେବା ନିଶ୍ଚିତ କରି ଓ ୫-ଟିର ନୀତି ପାଳନ କରି କାର୍ଯ୍ୟଗୁଡ଼ିକ ଅତି ନିକଟରୁ ନଜର ରଖିବା ଆବଶ୍ୟକ ବୋଲି ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ଓଡ଼ିଶା ପାଇଁ ବିଶ୍ୱସ୍ତରୀୟ ସହରାଞ୍ଚଳ ପରିବହନ ବ୍ୟବସ୍ଥାର ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି।