ଖାଉଟିଙ୍କୁ ସଠିକ୍ ଦରରେ ପିଆଜ ମିଳିବା ନେଇ ବିଭାଗ ଗୁରୁତ୍ବ ଦେଉଛି : ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର ଏବେ ହୁହୁ ହୋଇ ବଢୁଛି। ଚାଷ ସମୟ ଚାଲିଛି। ଅମଳ ହେବ ପାଇଁ ମଧ୍ୟ ସମୟ ପାଖେଇ ଆସିଲାଣି। ଏହି ଗ୍ୟାପ ସମୟକୁ କେଉଁ ଭଳି ମ୍ୟାନେଜ କରି ଖାଉଟିଙ୍କୁ ସଠିକ୍ ଦରରେ ମିଳିବ ସେ ଦିଗରେ ବିଭାଗ ଗୁରୁତ୍ବ ଦେଉଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ କହିଛନ୍ତି। ଚଢ଼ା ଦରରେ ରୋକ ଲାଗିବ। କଳା ବଜାରୀଙ୍କୁ ସାବଧାନ ହେବାକୁ ସେ ଚେତାବନୀ ଦେଇଛନ୍ତି। ଆକ୍ସନ ମୋଡରେ ଖାଦ୍ୟ ଖାଉଟି ବିଭାଗ ଅଛି।  କଳା ବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ବିଭାଗର ନିର୍ଦ୍ଦେଶ ରହିଛି।କେନ୍ଦ୍ର ସରକାର ୨୯ ଅକ୍ଟୋବରରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତି ମେଟ୍ରିକ ଟନ୍ ଉପରେ ଏଫ୍ଓବି  ଆଧାରରେ ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍ଇପି) ୮୦୦ ଆମେରିକୀୟ ଡଲାର ରହିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି । ସଂରକ୍ଷିତ ରବି ଋତୁରେ ପିଆଜର ପରିମାଣ ହ୍ରାସ ପାଉଥିବାରୁ ପିଆଜ ରପ୍ତାନି ପରିମାଣକୁ ନିୟନ୍ତ୍ରଣ କରି ଘରୋଇ ଉପଭୋକ୍ତାମାନଙ୍କୁ ସୁଲଭ ମୂଲ୍ୟରେ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି । ମେଟ୍ରିକ୍ ଟନ୍ ପିଛା ୮୦୦ ଆମେରିକୀୟ ଡଲାରର ଏମଇପି କିଲୋଗ୍ରାମ ପିଛା ପ୍ରାୟ ୬୭ ଟଙ୍କା ହେବ।

Spread the love