ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା: ୪୫ଟି ଟ୍ରେନ୍ ବାତିଲ୍, ୨୨ଟିର ଗତିପଥ ପରିବର୍ତ୍ତନ

ଭୁବନେଶ୍ବର: ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଯୋଗୁ ୪୫ଟି ଟ୍ରେନ୍ ବାତିଲ୍ କରିଛି ରେଳ ବିଭାଗ। ଠିକ୍ ସେହିପରି ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯିବା ସହ ୧୧ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ୬ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରେ ପୁରୀ-ଶାଲିମାର୍ ଓ ଶାଲିମାର୍-ପୁରୀ ଏକ୍ସପ୍ରେସ୍, ପଲାସା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-କୋର୍ବା ଟ୍ରେନ୍, କୋର୍ବା-ବିଶାଖାପାଟଣା ଟ୍ରେନ୍, ପଲାସା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍, ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍, ରାୟଗଡା-ବିଶାଖାପାଟଣା ପାସେଞ୍ଜର, ବିଜୟନଗରମ୍-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ଗୁଣପୁର ସ୍ୱତନ୍ତ୍ର ଟ୍ରେନ୍, ଗୁଣପୁର-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ,ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ଏକ୍ସପ୍ରେସ,ବିଶାଖାପାଟଣା-କୋରବା ଏକ୍ସପ୍ରେସ,ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ,ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ,ବିଶାଖାପାଟଣା-ପଲାସା ପାସେଞ୍ଜର,ପଲାସା-ବିଶାଖାପାଟଣା ପାସେଞ୍ଜର,ବିଶାଖାପାଟଣା-ତିରୁପତି ପାସେଞ୍ଜର,ତିରୁପତି-ବିଶାଖାପାଟଣା ପାସେଞ୍ଜର,ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍, ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ, ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଓ ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଆଦି ଅନ୍ତର୍ଭୁକ୍ତ। କରାଯାଇଛି। ଏନେଇ ପୂର୍ବତଟ ରେଳପଥ ମୁଖ୍ୟ ଲୋକସଂପର୍କ ଅଧିକାରୀ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି।

Spread the love