ଅଇଁଲାଚୁଆଁ ଠାରେ ‘ସାଂସଦ ସାମନ୍ତ ମେଗା ସ୍ୱାସ୍ଥ୍ୟ ଶିବିର’, ଯୋଗ ଦେଲେ କିମସର ୬୦ରୁ ଊର୍ଦ୍ଧ୍ୱ ବରିଷ୍ଠ ଡାକ୍ତର

କଣ୍ଟାମାଳ ଅଇଁଲାଚୁଆଁ ଠାରେ ‘ସାଂସଦ ସାମନ୍ତ ମେଗା ସ୍ୱାସ୍ଥ୍ୟ ଶିବିର’ ଅନୁଷ୍ଠିତ। ଏହି ଶିବିରକୁ ଉଦଘାଟନ କରିଥିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଡ. ସାମନ୍ତଙ୍କ ପ୍ରତିଷ୍ଠିତ ଭୁବନେଶ୍ୱର କିମସ ହସପିଟାଲ ଆନୁକୂଲ୍ୟରେ ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରରେ କିମସର ୬୦ରୁ ଊର୍ଦ୍ଧ୍ୱ ବରିଷ୍ଠ ଡାକ୍ତର ଓ ବିଶେଷଜ୍ଞ ଯୋଗଦେଇ ସକାଳ ୯ଟାଠାରୁ ରୋଗୀମାନଙ୍କୁ ସ୍ଵାସ୍ଥ୍ୟ ପରାମର୍ଶ ଦେଇଥିଲେ। ଏଠାରେ ବିନା ଦେୟରେ ରୋଗୀମାନେ ବିଭିନ୍ନ ରୋଗ ନିଦାନ ପରୀକ୍ଷା ନିରୀକ୍ଷା କରିବାର ସୁଯୋଗ ପାଇଥିଲେ। ସାଂସଦ ଡ. ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ମେଡ଼ିସିନ୍, ହୃଦରୋଗ, ଅସ୍ଥିଶଲ୍ୟ, ସ୍ନାୟୁରୋଗ, ଚକ୍ଷୁ, ଚର୍ମ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି, ମାନସିକ, ଦନ୍ତ, କର୍ଣ୍ଣ-ନାସା ଓ ଗଳା, ପଲମୋନାରୀ, ନେଫ୍ରୋଲୋଜି, ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ରେଡିଓ଼ଲୋଜି ବିଭାଗର ବହୁ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ୪ହଜାର ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବ ସହ ଔଷଧ ବଣ୍ଟନ କରିଥିଲେ। ସାଂସଦ ଡ. ସାମନ୍ତଙ୍କ ଏହି ପଦକ୍ଷେପକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Spread the love