ଆଉ ସହିବୁ ନାହିଁ, ବଦଳାଇକି ହିଁ ରହିବୁ’, ଏହା ହେଉଛି ଛତିଶଗଡ଼ବାସୀଙ୍କ ମନର କଥା: ଧର୍ମେନ୍ଦ୍ର ପ୍ରଧାନ

ରାୟଗଡ଼: ଛତିଶଗଡର ଜନତା କ୍ଷମତାସୀନ କଂଗ୍ରେସକୁ ପରାଜୟ କରିବା ପାଇଁ ମନ ବଳାଇ ସାରିଲେଣି। “ଆଉ ସହିବୁ ନାହିଁ, ବଦଳାଇ କି ହିଁ ରହିବୁ”। ଆଜି ଏହା ଛତିଶଗଡର ଜନତାଙ୍କ ନାରା ହୋଇଛି ବୋଲି ସୋମବାର ଛତିଶଗଡ଼ ନିର୍ବାଚନ ପ୍ରଚାରରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାୟଗଡ଼, ଧର୍ମଜୟଗଡ଼, ଲେଲୁଙ୍ଗା ଏବଂ ଖରସିଆରେ ଉତ୍ସାହର ସହ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଠାରେ ବହୁତ ଓଡ଼ିଆ ଭାଷାଭାଷୀ ଲୋକମାନେ ବସବାସ କରୁଛନ୍ତି । ଓଡ଼ିଶାର ହଜାର ହଜାର କାର୍ଯ୍ୟକର୍ତ୍ତାମାନେ ଏଠାରେ ଆସି ନିର୍ବାଚନ ପ୍ରଚାର କରୁଛନ୍ତି । ଛତିଶଗଡ ଜନତା ବିଜେପି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ମୋଦିଙ୍କ ମଡେଲକୁ ବିଶ୍ୱ ଅନୁସରଣ କରୁଛି । ଗରିବ କଲ୍ୟାଣ ଯୋଜନାରେ ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ମୋଦି ସରକାର ସୁନିଶ୍ଚିତ କରିଛନ୍ତି । ମୋଦିଙ୍କ ବିକାଶ ନେତୃତ୍ୱରେ ଏଠାରେ ସାମଗ୍ରିକ ବିକାଶ ହେବ । ଡବଲ ଇଞ୍ଜିନ ସରକାର ଲାଗିବ । ରାୟଗଡା ବିକାଶର ପେଣ୍ଠସ୍ଥଳୀ । ରାୟଗଡ ଭଳି ଜନଜାତି ଅଧ୍ୟୁଷିତ ଓ ଚାଷୀ ପ୍ରାଧାନ୍ୟ ଅଞ୍ଚଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବଦ୍ଧ ପରିକର । ମୋଦିଙ୍କ ହାତମୁଠାକୁ ଟାଣ କରି ଛତିଶଗଡରେ ଡବଲ ଇଞ୍ଜିନ ସରକାର ଆଣିବା ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଶ୍ରୀ ପ୍ରଧାନ ରାୟଗଡ଼ ଜିଲ୍ଲା ଡୁମରମୁଣ୍ଡା ଠାରେ କୁଲତା ସମାଜର ଶାଖା ସଭାରେ ମଧ୍ୟ ଯୋଗଦେଇଥିଲେ । ସେ କହିଥିଲେ ମା’ ରଣେଶ୍ୱର ରାମଚଣ୍ଡୀଙ୍କ ପବିତ୍ର ପୀଠସ୍ଥଳୀ, ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ମାଟି ଓ ସ୍ୱତନ୍ତ୍ରତା ସଂଗ୍ରାମୀ ସ୍ୱର୍ଗତ କେଶବ ଚନ୍ଦ୍ର ଶାହଙ୍କ କର୍ମଭୂମିକୁ ମୋର ପ୍ରଣାମ । କୁଲତା ସମାଜ ଭାଇଚାରାକୁ ବ୍ୟାପକ କରିବାର ଶିକ୍ଷା ଦେଇଛି । ମୋଦି ସରକାରରେ କୁଲତା ସମାଜ ପରି ଓବିସି ବର୍ଗଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖିଥିବା କୁଲତା ସମାଜ ବିଜେପିକୁ ଆଶୀର୍ବାଦ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

Spread the love