ସିନେମା ନିର୍ମାତାଙ୍କ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାର ଫଟୋ ଉଠାଇବା ସହିତ ଲୋକେ ଚୋରି କରିନେଇଗ‌ଲେ ଫୋନ ଓ କ୍ୟା‌ମେରା

ନୂଆଦିଲ୍ଲୀ: ଦିଲ୍ଲୀର ପଞ୍ଚଶୀଳ ଅଞ୍ଚଳରେ ଦୁଇବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଘଟଣାସ୍ଥଳରେ ଜଣେ ଡକ୍ୟୁମେଣ୍ଟ୍ରି ସିନେମା ନିର୍ମାତାଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣା ଗତଶନିବାର ରାତି ସାଢ଼େ ୯ଟାରେ ଘଟିଥିଲା। ଦୁର୍ଘଟଣାରେ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ପରିଚୟ ପିୟୁଷ ପାଲ ବୋଲି ଜଣାପଡ଼ିଛି। ଯିଏକି ଜଣେ ଡକ୍ୟୁମେଣ୍ଟ ସିନେମା ନିର୍ମାତା ଭାବେ କାମ କରୁଥିବା ଜଣାପଡ଼ିଛି। ଦୁର୍ଘଟଣାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ବିଛଣାରେ ପଡ଼ି ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଗତମଙ୍ଗଳବାର ଜୀବନଯୁଦ୍ଧରେ ହାରି ଯାଇଥିଲେ ପୀୟୁଷ।

ପୁଲିସ ଦୁର୍ଘଟଣାସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ  ମାମଲା ରୁଜୁ କରିଛି। ପୁଲିସ ଏହି ଘଟଣାର ଆଗ‌ାମୀ ଯାଞ୍ଚ ଜାରି ରଖିଛି। ପାଲଙ୍କ ସାଙ୍ଗ ସନି ବୋସ ପୁଲିସକୁ କହିଛନ୍ତି କି, ‘ବଣ୍ଟିର ବାଇକ ପାଲଙ୍କ ବାଇକକୁ ଧକ୍କା ଦେଇଥିଲା।  ମୋ ସାଙ୍ଗ ମହଙ୍ଗା ହେଲମେଟ ପିନ୍ଧିଥିବା ସତ୍ତ୍ବେ ଏହି ଧକ୍କାରେ ତାର ମୁଣ୍ଡ ଫାଟି ଯାଇଥିଲା। ‌ସେ ରାସ୍ତାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ୨୦ମିନିଟ ପର୍ଯ୍ୟନ୍ତ ପଡ଼ି ରହିବା ସତ୍ତ୍ବେ  ସାହାଯ୍ୟ ପାଇଁ କେହି ଆସି ନଥିଲେ।

ସମସ୍ତେ ତାର ଭିଡିଓ କରିବା ପାଇଁ ଜମା ହୋଇଯାଇଥିଲେ। ଏମିତି କି ଭିଡ଼ ଭିତ‌‌ରେ ମୋର ସାଙ୍ଗର ଫୋନ ଓ ମହଙ୍ଗା କ୍ୟାମେରାକୁ ବି କିଏ ଚୋରି କରି ନେଇଯାଇଥିଲା। ଦୁର୍ଘଟଣା ଘଟିବାର ୨୦ମିନିଟ ପରେ ଜଣେ ବାଇକ ଟ୍ୟାକ୍ସି ଏଗ୍ରିଗେଟର ତିନିଜଣ ଅନ୍ୟଲୋକଙ୍କ ସହିତ ସାଙ୍ଗକୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯଦି ଉଚିତ ସମୟରେ ତାକୁ ଚିକିତ୍ସା ମିଳିଥାଆନ୍ତା ‌ତେବେ ହୁଏତ ମୋ ସାଙ୍ଗ ଆଜି ବଞ୍ଚି ଯାଇଥାଆନ୍ତା।’

Spread the love