୨ ଅଟୋ ଚାଳକଙ୍କ ମାରପିଟରେ ଜଣଙ୍କ ମୃତ୍ୟୁ

କଟକରେ ନୃଶଂସ ହତ୍ୟାକାଣ୍ଡ । ଚଣ୍ଡୀମନ୍ଦିର ସମ୍ମୁଖରେ ରକ୍ତାକ୍ତ ସଂଘର୍ଷ। ୨ ଅଟୋ ଚାଳକଙ୍କ ମଧ୍ୟରେ ମାରପିଟରେ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଅଟୋ ଚାଳକ ଅନ୍ୟ ଜଣକୁ ପିଟିପିଟି ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି । ମାରପିଟ୍ ର କାରଣ ଜଣାପଡ଼ିନାହିଁ । ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ଲାଲବାଗ ଥାନା ପୋଲିସ।

Spread the love