ଦିନକୁ ୫.୬ କୋଟି ଦାନ କରୁଛନ୍ତି ନାଦର

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ବଦାନ୍ୟ ବ୍ୟକ୍ତି ହେଉଛନ୍ତି ‌ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦର। ଗତ ଆର୍ଥିକ ବର୍ଷରେ ସେ ୨,୦୪୨ କୋଟି ଟଙ୍କା ଦାନ କରିଛନ୍ତି। ଅର୍ଥାତ ହାରାହାରି ଭାବେ ଦୈନିକ ସେ ୫.୬ କୋଟି ଟଙ୍କା ଦାନ କରିଛନ୍ତି। ଏଡେଲ୍‌ଗିଭ୍ ହୁରୁନ୍ ଇଣ୍ଡିଆ ବଦାନ୍ୟ ବ୍ୟକ୍ତି ତାଲିକା ଅନୁସାରେ ୧୧୯ ଜଣ ଭାରତୀୟ ବ୍ୟବସାୟୀ ୨୦୨୨-୨୩ରେ ୮,୪୪୫ କୋଟି ଟଙ୍କା ଦାନ କରିଛନ୍ତି। ବଦାନ୍ୟ ବ୍ୟକ୍ତି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ୱିପ୍ରୋର ଅଜିମ୍ ପ୍ରେମ୍‌ଜୀ। ସେ ୧୭୭୪ କୋଟି ଟଙ୍କା ଦାନ କରିଛନ୍ତି ଯାହା ପୂର୍ବବର୍ଷ ତୁଳନାରେ ୨୬୭ ପ୍ରତିଶତ ଅଧିକ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନି ୩୭୬ କୋଟି ଟଙ୍କା ଦାନ କରି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ତାଲିକାର ଶ୍ରେଷ୍ଠ ୧୦ ଭିତରେ କୁମାର ମଙ୍ଗଳମ ବିର୍ଲା, ଗୌତମ ଆଦାନି, ବଜାଜ ପରିବାର, ଅନିଲ ଅଗ୍ରୱାଲ, ନନ୍ଦନ ନିଲେକାନି, ସାଇରସ ଓ ଅଦାର ପୁନାୱାଲାଙ୍କ ନାମ ରହିଛି। ଜିରୋଧାର ନିଖିଲ କାମାଥ ସର୍ବକନିଷ୍ଠ ବଦାନ୍ୟ ବ୍ୟକ୍ତି ଭାବେ ୧୧୦ କୋଟି ଟଙ୍କା ଦାନ କରି ଦ୍ବାଦଶ ସ୍ଥାନରେ ରହିଛନ୍ତି।

Spread the love