ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଅବସରରେ ସେ ଏହି ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରମୋଦ ଭଗତଙ୍କୁ ୨କୋଟି ଟଙ୍କା ଓ ସୌନ୍ଦର୍ଯ୍ୟ କୁମାରଙ୍କୁ ଦେଢ କୋଟି ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏସିଆନ ପାରା ଅଲିମ୍ପିକରେ ଉଭୟ ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ରାଶି ପ୍ରଦାନ କରାଯାଇଛି। ପାରା ଅଲିମ୍ପିକ ତାରକାଙ୍କୁ ସମ୍ମାନିତ କରି ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପାରା ଅଲିମ୍ପିକରେ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ସ୍ବର୍ଣ୍ଣ ସହ ୩ଟି ପଦକ ଲାଭ କରିଥିବା ବେଳେ ଚେସ ତାରକା ସୌନ୍ଦର୍ଯ୍ୟ କୁମାର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି।

Spread the love